ପିଏନୟୁଏ କଲେଜ ଠାରେ ବୁଦ୍ଧିଜିବୀ ମାନଙ୍କ ସମାବେଶ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଛତ୍ରପୁର ସହରର କବି, ସାହିତ୍ୟିକ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ ଏକ ସମାବେଶ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଐତିହାସିକ ଗବେଶକ ତଥା ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପାରଳାଖେମୁଣ୍ଡିରେ ଗଜପତି ରାଜା ମାନେ ଦୀର୍ଘ ୮୦ ବର୍ଷ କାଳ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ବ୍ରିଟିସ୍ ଶାସନକୁ ପ୍ରତିହତ କରିଥିଲେ ଓ ପାରଳା ରାଜାମାନେ ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ସେ ନିଜବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ନିରଞ୍ଜନ ତ୍ରିପାଠୀ, ଅଧ୍ୟାପକ ଡଃ ଭି. ରାଜେନ୍ଦ୍ର ରାଜୁ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ୍ କୁମାର ସେଠୀ, ପିଏନୟୁଏ କଲେଜ ର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ରହିଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ.ଅଜୟ କୁମାର ତ୍ରିପାଠୀ ସଂଯୋଜନା କରିଥିବା ବେଳେ କଲେଜରଅଧ୍ୟକ୍ଷ ଡଃ. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ଇଂ ରାମ ଚନ୍ଦ୍ର ପଟ୍ଟନାୟକ, ସାହିତ୍ୟିକ ପ୍ରଶାନ୍ତ କୁମାର ଶତପଥି, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଅନନ୍ତ କୁମାର ମହାପାତ୍ର, ପୀତବାସ ପାଣିଗ୍ରାହୀ, ସୋମନାଥ ସାହୁ, ଆଇନଜୀବୀ ଆଦିତ୍ୟ ମିଶ୍ର, ଲକ୍ଷ୍ମଣ ପଣ୍ଡା, ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଓ କେ. ସତ୍ୟ ନାରାୟଣ ରେଡ୍ଡି ଙ୍କ ସମେତ ବହୁ ବୁଦ୍ଧିଜିବୀ ଓ ସାହିତ୍ୟକ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ପୂର୍ବତନ ବିଧାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ ଗାୟତ୍ରୀ ନନ୍ଦ ମାତୃ ଦିବସ ଅବସରରେ ଏକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ