ପିଏନୟୁଏ କଲେଜ ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସର ରେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ଦାଶ ଯୋଗ ଦେଇ ବୃକ୍ଷ ର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ପଣ୍ଡା ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ କୋର୍ଡିନେଟର ତଥା ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ରାମ ଚନ୍ଦ୍ର ପୋଇ, ଜାତୀୟ ସେବା ଯୋଜନାର ମହିଳା କୋର୍ଡିନେଟର ସୁବ୍ରତା ପଢିଆରି, ଅଧ୍ୟାପିକା ଶୁଭଶ୍ରୀ ଦାସଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ମହାବିଦ୍ୟାଳୟ ପରିସରରେ ବିଭିନ୍ନ ରକମର ବୃକ୍ଷ ରୋପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ର କାଉନସିଲର ତଥା ମହାବିଦ୍ୟାଳୟ ର ଇତିହାସ ବିଭାଗର ଅଧ୍ୟାପକ ସୂର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା କରିଥିଲେ l


