ଚାଷୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ବର୍ଷ ବର୍ଷା ଅଭାବରୁ ଅଧିକାଂଶ ବ୍ଲକ ରେ ଧାନ ଫସଲ ର ଗଜା ମରୁଡି ଓ ତଳି ପୋଡି ଗଲାଣି, କେତେକ ବ୍ଲକ ରେ ଧାନ ରୁଆ ହୋଇଥିବା ଜମି ମଧ୍ୟ ଫାଟି ଆଁ କଲାଣି, ଏପରି ପରିସ୍ଥିତି ରେ ଧାନ ତଳିକୁ କିପରି ବଞ୍ଚାଇବେ, ସେଥିପାଇଁ ଚାଷୀ ଚିନ୍ତା ରେ ପଡିଛନ୍ତି, ଏହି ଦୁର୍ଦ୍ଦିନ ରେ ଗଜା ମରୁଡି ଓ ତଳି ପୋଡି ରୁ ସୁରକ୍ଷା ଦେବା ଚାଷୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଗୁରୁବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଏକ ଲିଖିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲୀନା କୁମାରୀ ଖେସ ଙ୍କୁ ପ୍ରଦାନ କରିଛନ୍ତି, ଚଳିତ ବର୍ଷ ବର୍ଷା ଅଭାବରୁ ଧାନ ତଳି ପୋଡିବା ସାଙ୍ଗେ ବୁଣା ଧାନ ଗଜା ମରୁଡି ହୋଗଲାଣି, ଏଣୁ ଜିଲ୍ଲାର ସମସ୍ତ ଉଠା ଜଳସେଚନ ଗୁଡିକ କାର୍ଯ୍ୟକ୍ଷମ କରିବା ସହିତ ସମସ୍ତ କେନାଲ ରେ ପାଣି ଛାଡିବାକୁ ନିର୍ଦେଶ ଦିଆଯାଇ ଗଜା ମରୁଡି ତଳି ପୋଡିରୁ ସୁରକ୍ଷା ଦିଆଯାଉ, ଚାଷୀଙ୍କ ବିହନ ଧାନ ନଥିବାରୁ ସୋସାଇଟି ଜରିଆରେ ବିହନ, ଧାନ ଓ ଜୈବିକ ସାର ରିହାତି ଦରରେ ଯୋଗାଇ ଦିଆଯାଉ,ଜିଲ୍ଲାରେ କୃଷି ନିର୍ଧାରଣ କମିଟି ର ବୈଠକ ହୋଇନଥିବାରୁ କୃଷି ବିକାଶ ଦିଗହରା ହୋଇଯାଉଛି, ଏଣୁ କୃଷି ନିର୍ଧାରଣ କମିଟି ରେ ଚାଷୀ ସଂଗଠନ କୁ ସାମିଲ କରି କୃଷି ଓ କୃଷକ ର ବିକାଶ ନିମନ୍ତେ ବିଧିବନ୍ଧ ଯୋଜନା କାର୍ଯକାରୀ କରାଯାଉ, ଧାନ ଫସଲ ର ଜଳସେଚନ ର ସୁବିଧା ନିମନ୍ତେ ଜଳ ଭଣ୍ଡାର ର ସ୍ଥିତି, ଉଠା ଜଳସେଚନ ପମ୍ପ ଗୁଡିକର ସ୍ଥିତି ଓ ବର୍ଷା ଜଳ ସଂରକ୍ଷଣ ସ୍ଥିତି ଆଦି ଜଳସେଚନ ପ୍ରକଳ୍ପ ଗୁଡିକର ସ୍ଥିତି କୁ ନେଇ ବିଭାଗୀୟ ସଚିବ କୁ ପଠାଇ ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଉ, ସମସ୍ତ ଘରୋଇ ଏବଂ ସରକାରୀ ଉଠା ଜଳସେଚନ ପମ୍ପ ଗୁଡିକରେ ବକେୟା ଥିବା ପୁରୁଣା ବିଦ୍ୟୁତ ବିଲ କୁ ଛାଡ଼ କରିବା ସଙ୍ଗେ ସଂଗେ ବିଦ୍ୟୁତ ସଂଯୋଗ କରି ଯୁଦ୍ଧକାଳୀନ ଭିତ୍ତି ରେ ତଳି ପୋଡିରୁ ରକ୍ଷା କରିବାକୁ ନିର୍ଦେଶ ଦିଆଯାଉ, ସମବାୟ ବ୍ୟାଙ୍କ ଅଧିକାରୀ ମାନଂକ ମନମୁଖୀ ଶାସନ ଯୋଗୁଁ ଅଧିକାଂଶ ଚାଷୀ କୃଷି ଋଣ ପାଇନାହାନ୍ତି, ଯାହାଦ୍ୱାରା ସେହି ଚାଷୀ ମାନେ ଫସଲ ବୀମା କରିବାକୁ ବଞ୍ଚିତ ହେଲେ, ଚଳିତ ବର୍ଷ କୃଷି ଋଣ ଟାର୍ଗେଟ ପୂରଣ ନହେବାରୁ ହଜାର ହଜାର ଚାଷୀ କୃଷି ଋଣ ଫସଲବୀମା ବିହନ ଓ ସାର ପାଇବାରୁ ବଞ୍ଚିତ ହେଲେ, ଏଣୁ ବିଭାଗୀୟ ସଚିବଙ୍କ ଦ୍ୱାରା ଏହାର ତଦନ୍ତ କରି ସୋସାଇଟି ଜରିଆ ସବୁ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଉ, ପ୍ରତି ପଂଚାୟତ ରେ କୃଷି ସହାୟକ କେନ୍ଦ୍ର ଖୋଳାଯାଇ ବିହନ ସାର ଓ କୃଷି ଯନ୍ତ୍ରପାତି, ପମ୍ପ ଆଦି ରିହାତି ରେ ଦିଆଯାଉ, ବାରହା, ମାଙ୍କଡ଼ ଆଦି ବନ୍ୟଯନ୍ତୁ ଯୋଗୁଁ ଫସଲ ନଷ୍ଟ ହେବା ସଂଗେ ସଂଗେ ଚାଷୀ ମାନଙ୍କୁ ଆକ୍ରମଣ କରୁଛନ୍ତି, ଏମାନଙ୍କ ଦାଉରୁ ରକ୍ଷା କରିବା ନିମନ୍ତେ ଦାବୀ, ପୂର୍ବରୁ ଗ୍ରାମ୍ୟ କମିଟି ର ଅନୁମୋଦନ କ୍ରମେ ଭଗଚାଷି ଙ୍କ ନାମ ଧାନ ବିକ୍ରି କରିବାକୁ ନାମ ପଞ୍ଜିକରଣ କରାଯାଉଥିଲା, ଏଣୁ ଚଳିତ ବର୍ଷ ଭାଗଚାଷୀ ଙ୍କ ନାମ ପଞ୍ଜିକରଣ କରିବାକୁ ନିର୍ଦେଶ ଦିଆଯାଉ, ଗରିବ ଓ ଭାଗ ଚାଷୀ ମାନଙ୍କୁ ଧାନ ରୁଆ ଖର୍ଚ୍ଚ ସହ ବର୍ଷା ଜଳ ସଂରକ୍ଷଣ ନିମନ୍ତେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା ରେ ଖର୍ଚ୍ଚ ଭରଣା କରାଯାଉ, ଚାଷ କାମ ନିମନ୍ତେ ରିହାତି ରେ କୋରାସିନି ଓ ଡିଜେଲ ଯୋଗାଇବା ସଂଗେ ସଂଗେ ଚାଷ କାମ ନିମନ୍ତେ ବିଦ୍ୟୁତ କର ଛାଡ଼ କରିବା ନିମନ୍ତେ ନିର୍ଦେଶ ଦିଆଯାଉ ବିଭିନ୍ନ ଦାବୀ ସମ୍ପର୍କ ରେ ଉକ୍ତ ସ୍ମାରକ ପତ୍ର ରେ ଦର୍ଶାଯାଇଛି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ରୁଷି କୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ସମାଜସେବୀ ଭାଗିରଥି ବେହେରା, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଡ଼ି. ରାମସ୍ୱାମୀ, ରାମକୃଷ୍ଣ ମହାପାତ୍ର, ଗୋପାଳ ସ୍ୱାମୀ, ଜଗନ୍ନାଥ ପ୍ରଧାନ, ପି. ଜଗଦିଶ ରେଡ୍ଡୀ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ