ପିଏମ୍-କିଷାନ୍ ଯୋଜନାକୁ ସ୍ଥଗିତ ରଖିଲେ ଇସି

ମୋଦି ସରକାରଙ୍କ ଦ୍ୱାରା ଗତ ବଜେଟ୍ରେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ କେନ୍ଦ୍ର ନିର୍ବାଚନୀ ଆୟୋଗ ସାମୟିକ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଏହି ଯୋଜନାକୁ ଏବେ କାର୍ଯ୍ୟକାରୀ କରିବା ଠିକ୍ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ହୃଦ୍ବୋଧ କରିବା ସହ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁସାରେ ଏପ୍ରକାର ଏକ ଜନହିତକର ତଥା ସ୍ୱାର୍ଥସମ୍ବଳିତ ଯୋଜନାକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ପଞ୍ଜୀକୃତ ହୋଇଥିବା କୃଷକମାନେ ଏହି ରାଶି ପାଇପାରିବେ ମାତ୍ର ଏହି ଯୋଜନାରେ ନୂଆ ପଞ୍ଜୀକରଣ କରାଯାଇପାରିବ ନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । ଅର୍ଥାତ୍ କେନ୍ଦ୍ରସରକାର ଏହି ଯୋଜନା ପାଇଁ ୨ଠ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏବେ ସେଥିରୁ ମାତ୍ର ୫ ହଜାର କୋଟି ହିଁ ବିନିଯୋଗ ହେବା ସମ୍ଭବ ହୋଇପାରିବ । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ୨ହେକ୍ଟର ପର୍ଯ୍ୟନ୍ତ ଜମି ଥିବା କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବେ । ୩ଟି ସମାନ କିସ୍ତିରେ ଏହି ଅର୍ଥ ଦିଆଯିବ । ଏହି ଯୋଜନାରେ ଦେଶର ପ୍ରାୟ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର •ଷୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି । ତେବେ ସରକାରଙ୍କ ଏହି ଲାଭଦାୟକ ଯୋଜନା ଭୋଟରଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ଆୟୋଗ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ