ପିଜିଆଇ ପକ୍ଷରୁ ୨ଠ୧୯ ପିଜେବିଆର୍ ଉନ୍ମୋଚନ

ନୂଆଦିଲ୍ଲୀ, (ଏଜେନ୍ସି): ପ୍ଲାଟିନମ୍ ଗିଲ୍ଡ ଇଣ୍ଟରନ୍ୟାସନାଲ (ପିଜିଆଇ) ପକ୍ଷରୁ ୨୦୧୯ ପ୍ଲାଟିନମ୍ ଜୁଏଲାରୀ ବିଜନେସ୍ ରିଭ୍ୟୁ (ପିଜେବିଆର୍)ର ଉନ୍ମୋଚନ କରାଯାଇଛି । ଏହା ନିର୍ଦ୍ଦିଷ୍ଟ ଭାବେ ପୁରୁଷଙ୍କର ଅଳଙ୍କାର, ଯୁବ ଗ୍ରାହକ ଏବଂ ନିଜକୁ ନିଜେ କିଣିବା ଉପରେ ଦୃଷ୍ଟି କେନ୍ଦ୍ରିତ କରିଛି । ପ୍ଲାଟିନମ୍ର ପ୍ରାକୃତିକ ଧଳା ଜ୍ୟୋତି ଏବଂ ଦୁନିଆର ସବୁଠାରୁ ଦୁର୍ମୂଲ୍ୟ ଧାତୁ ଉପରେ ପୌରାଣିକ ଛାପ ପାଇଁ ନିଜର ସ୍ଥିତିକୁ ସୁନିଶ୍ଚିତ କରିଛି । ବାର୍ଷିକ ପ୍ଲାଟିନମ୍ ଅଳଙ୍କାର ବ୍ୟବସାୟ ରିଭ୍ୟୁ ୧୦୦୦ରୁ ଅଧିକ ଉତ୍ପାଦନକାରୀ ଏବଂ ରିଟେଲ୍ରଙ୍କୁ ନେଇ ଏକ ସର୍ଭେ କରିଥିଲା । ଏଥି ସହିତ ୧,୦୦୦ଜଣ ଗ୍ରାହକ ୨୦୧୮ରେ ପ୍ଲାଟିନମ୍ ଅଳଙ୍କାରର ବିଶ୍ୱର ସବୁଠାରୁ ଅବବୋଧ୍ୟ ଏବଂ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିସହିତ ୨୦୧୯ ପାଇଁ ପୂର୍ବାନୁମାନରେ ପ୍ରମୂଖ ଚାରୋଟି ବଜାର ଯେପରି ଜାପାନ୍, ଚାଇନା, ୟୁଏସ୍ଏ ଏବଂ ଭାରତରେ ପ୍ରଚଳିତ ପ୍ରଥା ଯାହାକି ଉକ୍ତ ଉଦ୍ୟୋଗରେ ଏକ ନୂତନ ଧାରା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛି । ରଣକୌଶଳ ସହଯୋଗୀଙ୍କ ସୂଚନା ଅନୁଯାୟୀ ୨୦୧୮ରେ କମ୍ପାନୀର ପ୍ଲାଟିନମ୍ ବିକ୍ରିରେ ୨୬% ବୃଦ୍ଧି ହୋଇଛି । ଚଳିତ ବର୍ଷ ପିଜିଆଇ ଇଣ୍ଡିଆ ରଣକୌଶଳ ସହଯୋଗୀଙ୍କ ସହିତ ଟାୟାର ୨ ସହରମାନଙ୍କରେ ବ୍ୟବସାୟକୁ ସମ୍ପ୍ରସାରଣ ପାଇଁ ଏବଂ ଏହିସବୁ ବଜାରରେ ପ୍ଲାଟିନମ୍ ଅଳଙ୍କାରାର ଉପସ୍ଥିତିକୁ ସୁଦୃଢ ପାଇଁ କାମ କରିବା ବଜାୟ ରଖିବ ବୋଲି ଉଲ୍ଲେଖ କରାଯାଇଛି । ୨୦୧୯ର ଲକ୍ଷ୍ୟ ସୁଦୃଢ ରହିଥିବାବେଳେ କମ୍ପାନୀ ୧୫-୨୦% ଅଭିବୃଦ୍ଧି ଆଶା ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ