ପିଡିଏସ ଚାଉଳ ଗାଡିକୁ ଫେରାଇଦେଲେ ସରପଞ୍ଚ

ହାଟଡିହି,(ଓ୍ବାଇଏନ୍ଏସ୍); ସୁଲଣ ପଞ୍ଚାୟତରେ ପିଡିଏସ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଆଜି ଚାଲାଣ ବିହୀନ ଏକ ଚାଉଳ ଟ୍ରକ ପହଞ୍ଚିବାରୁ ପଞ୍ଚାୟତର ସରପଞ୍ଚ ଏହାକୁ ଗ୍ରହଣ ନକରି ଫେରାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି ରିଲିଫ ଚାଉଳ ପଞ୍ଚିବାପରେ ବାସ୍ତବରେ କେତେ ଚାଉଳ ପଞ୍ଚାୟତକୁ ଆସିଛି ତାହା କେହି ଜାଣି ପାରୁନାହାନ୍ତି । ଚାଉଳ ଯୋଗାଉଥିବା ଠିକାସଂସ୍ଥା ସେହି ମାସର କେତେ ଆଲାଟମେଣ୍ଟ ଓ କେତେ ଚାଉଳ ଦେଉଛି ତାର କିଛି ହିସାବ ଦେଉ ନାହାନ୍ତି । ଫଳରେ ପଞ୍ଚାୟତରେ ପ୍ରତିମାସ ୨୦ରୁ ୨୫ଜଣ ଖୋଏଁ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଏ ନେଇ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସରପଞ୍ଚ ଅଶୋକ ଜେନା କହିଛନ୍ତି । ସେହିପରି ସପ୍ଲାୟରକୁ କହିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନଥିବାରୁ ଆଜି ସରପଞ୍ଚ ଅଶୋକ ଜେନାଙ୍କ ସମେତ ମାର୍କଣ୍ଡ ଚରଣ ଜେନା, ବିନୋଦ ବିହାରୀ ଜେନା, ତ୍ରିଲୋଚନ ଜେନା, ବୁଦ୍ଧଦେବ ଜେନା, ବାସୁଦେବ ଜେନା, ଅର୍ଜୁନ ଜେନା, କାଳନ୍ଦୀ ଚରଣ ପାଢ଼ୀ, ଲକ୍ଷ୍ମୀଧର ଜେନା, କୃଷ୍ଣଚନ୍ଦ୍ର ନାଥ, ଅନାମ ମଣ୍ଡଳ ପ୍ରମୁଖ ପଞ୍ଚାତକୁ ଯାଇଥିବା ଚାଉଳ ଟ୍ରକକୁ ଫେରାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ