ଦୁର୍ଘଟଣାରେ ବାଇକ ଚାଳକ ମୃତ
ବେଲଗୁଣ୍ଠା , (ଶିବରାମ ଚୌଧୁରୀ): ଭଞ୍ଜନଗର ଠାରୁ ବ୍ରହ୍ମପୁର ରାସ୍ତାର କଣ୍ଟେଇପଲ୍ଲୀ ବନଦୁର୍ଗା ମନ୍ଦିର ନିକଟରେ ଆଜି ରାତି ୮ଟା ସମୟରେ ଏକ ବାଇକ ଟ୍ରାକ୍ଟର କୁ ପଛ ପଟୁ ଧକ୍କା ଦେବା ଫଳରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ଲୋକଟି ଗୁରୁତର ଭାବରେ ଆହତ ହୋଇଥିଲେ | ବେଳଗୁଣ୍ଠା ବ୍ଲକ ବାଲିଭାଗ ନିକଟ କଇଠ ପଲ୍ଲୀ ଗ୍ରାମର କୃଷ୍ଣ ନାୟକ(୪୫)ଏହି ଦୁର୍ଘଟଣା ପରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଭାଗ୍ୟବଶତ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଓ ଶେଷରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆସନ୍ତା କାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି |


