ପିତଳରେ ରାଜନୈତିକ ହିଂସା, ୨ ଗୁରୁତର, ୨ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ୨ ଦିନ ଧରି ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ଏବଂ ବୁଧବାର ପୂର୍ବାହ୍ନରେ ଏହି ହିଂସା କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ସରପଞ୍ଚଙ୍କ ସମର୍ଥକ ଓ ବିରୋଧିଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ମାନେ ହେଲେ ପିତଳ ଗ୍ରାମର କାହ୍ନୁ ମହାପାତ୍ର, ସନତ ପାତ୍ର, ବାବୁ ପ୍ରଧାନ ଓ ଜଗନ ଜେନା। ଜଗନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମେ ପିତଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ନେଇ ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ପ୍ରକାରେ ହିଞ୍ଜିଳି ଥାନାରେ ନମ୍ବର ୪୪୧ ଓ ୪୪୨/୨୨ରେ ୨ ଟି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।ପ୍ରକାଶ ଥାଉକି ପିତଳ ଗ୍ରାମରେ ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ଵାଚନ ପରେ ରାଜନୈତିକ ହିଂସା ଲାଗି ରହିଥିବା ସୂଚନା ମିଳିଛି। ମଙ୍ଗଳବାର ରାତ୍ରୀରେ ମାଛ ଜାଆଁଳାକୁ କେନ୍ଦ୍ର କରି ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏଥିରେ କାହ୍ନୁ ଓ ସନତ ଆହତ ହୋଇଥିଲେ । କିଛି ଲୋକଙ୍କ ସହଯୋଗ ଓ ଵୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ବୁଧବାର ସକାଳେ ଗଗନ ଓ ତୋଫାନ ଜେନା ବଜାରକୁ ଯିବା ସମୟରେ ଦୋକାନ କରିଥିବା ବାବୁ ପ୍ରଧାନ ଦୋକାନକୁ ଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଗଗନ ଓ ତୋଫାନ ଧରିଥିବା କାତିରେ ଵାଵୁ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ବାଵୁଙ୍କ ଦୁଈ ପୁତୁରା ସୂର୍ଯ୍ୟ ପ୍ରଧାନ ଓ ଚନ୍ଦ୍ର ପ୍ରଧାନ ଠେଙ୍ଗା ଓ କାତିରେ ପ୍ରତି ଆକ୍ରମଣ କରିଥିଲେ। ଗଗନ ଜେନା ଓ ବାବୁ ପ୍ରଧାନ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଋଭୟଙ୍କ ସହ ଅନ୍ୟ ମାନେ ସାମାନ୍ୟ ଆହତ ହୋଇ ମେଡିକାଲ ଭର୍ତି ହୋଇଥିଲେ। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଊଭୟଗୋଷ୍ଟିର ଲିଖିତ ଅଭିଯୋଗ ଗ୍ରହଣ କରିବା ସହ କିଛି ଲୋକଙ୍କୁ ଆଣି ପଚରା ଉଚରା କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ