ଆଜି ଫାଦେରସ ଡେ୍

ପିତା ଧର୍ମ ପିତା କର୍ମ ପିତା ହିଁ ପରମ ତପ ପିତର ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା
(ଦିପ୍ତୀ ) ଏହି ଶୋକ୍ଲଟିର ମହାନତା ସୁୁଚେଇ ଥାଏ ପିତାଙ୍କର ମହତ୍ତ୍ୱ ହଁ ଆଜି ହେଉଛି ପିତାଙ୍କ ପାଇଁ ଦିନଟିଏ ପ୍ରତିବର୍ଷ ଜୁନ୍ମାସର ତୃତୀୟ ରବିବାର କୁ ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ବହୁ ଆଡମ୍ବର ସହାକାରେ ପାଳନ କରାଯାଏ । ପିତା ପ୍ରତ୍ୟେକ ସନ୍ତାନ ପାଇଁ ଆଦର୍ଶ ,ଆଗକୁ ବଢାଇବାର ସ୍ୱପ୍ନ ଦେଖାଇଥାନ୍ତି । ସେ ଆମକୁ ସଂସ୍କାର ଦେଇଥାନ୍ତି । ପିତାଙ୍କୁ ସମ୍ମାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସମାଜରେ ମଧ୍ୟ ସମ୍ମାନ ପାଇଥାନ୍ତି । ସନ୍ତାନର ଲାଳନ ପାଳନ ଠାରୁ ଆରମ୍ଭ କରି ନୂତନ ଭବିଷ୍ୟତ ଗଠନ କରିବା ନିମନ୍ତେ ସହାୟକ ହୋଇଥାନ୍ତି ପିତା । ମା ତ୍ୟାଗର ପ୍ରତୀକ ହୋଇଥିବା ବେଳେ ପିତା ଉସ୍ରର୍ଗର ପ୍ରତିବିମ୍ବ ବୋଲି ବିବେଚନା କରାଯାଏ । ପରିବାରର କଥା ବୁଝିବା ଠାରୁ ଆରମ୍ଭ କରି ସନ୍ତାନର ଅଳି ଅଝଟକୁ ପୂରଣ କରିବାକୁ ଚେଷ୍ଟାନ୍ତି । ପତ୍ୟେକ ଶିଶୁମାନଙ୍କୁ ଦୁନିଆର ଶ୍ରେଷ୍ଠ ସୁଯୋଗ୍ୟ ସନ୍ତାନ କରି ଗଢିତୋଳିବା ଦାଇତ୍ୱ ଉପରେ ହିଁ ନ୍ୟସ୍ତ ରହିଥାଏ । ଯେତେ କଷ୍ଟ ପଡିଲେ ବି ମନରେ କେତେ ଦୁଖ ଥିଲେ ମଧ୍ୟ ନିଜର ସନ୍ତାନର ମୁହଁକୁ ଚାହିଁ ଦେଲେ ସବୁଦୁଖ ମନରୁ ପାଶୋରୀ ଯାଆନ୍ତି । କୁହାଯାଏ ପିତା ହେଉଛନ୍ତି ଭଗବାନଙ୍କର ଏକ ବରଦାନ । ପିତା ସଦା ସର୍ବଦା ନିଜର ସନ୍ତାନ ମାନଙ୍କ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ ହୋଇଥାଏ । ଅନ୍ୟ ପଟେ କୁହାଯାଏ ପିତାଙ୍କ ବିନା ଜୀବନର ମୁଲ୍ୟ କିଛି ନଥାଏ । ସେ ଆମକୁ ହାତ ଧରି ଦୁନିଆ ଦେଖାନ୍ତି । ପିତାଙ୍କୁ ଭଲ ପାଇବାରେ ସଂପର୍କକୁ କିଛି ନିଆରା ରହିଥାଏ ।ପିତା ହେଉଛନ୍ତି ବରଗଛ ସଦୃଶ ଯେତେ ଝଡ ବର୍ଷା ଆସିଲେ ମଧ୍ୟ ନିଜ ସନ୍ତାନର ରକ୍ଷା କବଚ ହୋଇ ଛିଡା ହୋଇରହିଥାଏ । ପ୍ରତ୍ୟେକଟି ଶାଖା ସନ୍ତାନ ମାନଙ୍କ ପାଇଁ ସମର୍ପିତ ଥାଏ । ଆଉ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଏ । ଇତିହାସ କହେ ପ୍ରଥମେ ସୋନୋରା ସ୍ମାର୍ଟ ଡୋଁଡଡ୍ ଏହି ବ୍ୟକ୍ତି ଜଣକ ନିଜର ପିତାଙ୍କ ଦିବସ ପାଳନ କରିବା ପାଇଁ ଆଗକୁ ଆସିଥିଲେ । ଯେତେବେଳେ ସେ ଚର୍ଚ୍ଚରେ ମଦରସ୍ ଡେ ଉପରେ କିଛି ଉପଦେଶ ଶୁଣୁଥିଲେ । ୧୯୦୯ ମସିହାର କଥା ସେ ଯେତେବେଳେ ଅନୁଭବ କଲେ ଯେ ଯେଉଁ ପରି ଜନ୍ମଦାତ୍ରୀ ମାତାଙ୍କୁ ସମାଜରେ ସମ୍ମାନ ଓ ପ୍ରଂଶସା କରାଯାଏ ସେହପରି ପିତାଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଂଶସା ମିଳିବା ଦରକାର ବୋଲି ସୋନୋରା ମନେ ମନେ ଅନୁଚିନ୍ତା କରିଥିଲେ । ତାଙ୍କ ପିତା ଜଣେ କୃଷକ । ତାଙ୍କର ପିତାଙ୍କର ୬ ଜଣ ସନ୍ତାନ ଥିଲେ । ସୋନୋରାଙ୍କ ଜନ୍ମ ସମୟରେ ତାଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ପିତା ସମସ୍ତ ସନ୍ତାନ ମାନଙ୍କର ଲାଳନପାଳନ କରୁଥିଲେ । ପିତା ଅନେକ କଷ୍ଟ ସହି ନିଜ ପିଲାମାନଙ୍କୁ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ଗଢିତୋଳିଲେ । ଉପଯୁକ୍ତ ଶିକ୍ଷା ଠାରୁ ଆରମ୍ଭ କରି ସମାଜରେ ସଂସ୍କାର ଦେବା ପର୍ଯ୍ୟନ୍ତ ସବୁକିଛି ନିଜେ କଷ୍ଟ ସହ୍ୟ କରି ଏସବୁ କଲେ । ଏହା ସବୁ ଦେଖି ସୋନୋରାଙ୍କ ମନରେ ଭାବନା ଓ ଉଦିପନା ଉଙ୍କି ମାରିଲା । ସେ ଭାବିଲେ ଏପରି ଦିନ ହେବା ଆବଶ୍ୟକ ଯେଉଁଦିନ ସମସ୍ତ ପିତା ଙ୍କୁ ସମ୍ମାନ ଓ ଭଲପାଇବା ସନ୍ତାନ ମାନଙ୍କ ଠାରୁ ମିଳିବା ଉଚିତ । ସେ ସର୍ବ ପ୍ରଥମେ ଜୁନ୍ ୫ ତାରିଖ ଦିନ ପିତାଙ୍କ ଜନ୍ମ ଦିନରେ ଏହି ଦିନକୁ ଉସ୍ରର୍ଗ କରିଥିଲେ । ମାତ୍ର ପରେ ଏହା ଜୁନ୍ ମାସର ତୃତୀୟ ରବିବାର ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା ।ଆଜିର ଦୁନିଆରେ ସନ୍ତାନ ମାନେ ପିତା ମାତାଙ୍କ ଠାରୁ ଦୁରରେ ରହି କର୍ମମୟ ଜୀବନ ବିତାଉଛନ୍ତି । କିନ୍ତୁ ନିଜର ପିତା ମାତା ଏକୁଟିଆ ଓ ନିଃସହାୟ ଭାବେ ଜୀବନ ଯାପନ କରୁଛନ୍ତି । ଯୈାଥ ପରିବାର ଭାଙ୍ଗିଯିବା ଫଳରେ ଏକକ ପରିବାର ସୃଷ୍ଟି ହୋଇଛି । ଏହା ଅନୁସାରେ ପିତା ମାତାଙ୍କର ମୁଲ୍ୟ ବୁଝିପାରିନାହାନ୍ତି ।
ଆଜି ଫାଦେରସ୍ ଡେ୍

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ