ପିପଳପଙ୍କା ଡ୍ୟାମ ବାତିଲ ସହ ଋଷିକୂଲ୍ୟା ନଦୀର ସୁରକ୍ଷା ଓ ପ୍ରସ୍ତାବିତ ଗୋଳାବାରୁଦ କାରଖାନା ବନ୍ଦ କରିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର,(ୱାଇ ଏନ ଏସ): କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମକୁ ବାତିଲ, ଋଷିକୂଲ୍ୟା ନଦୀର ସୁରକ୍ଷା,ଚୋରା ବାଲି ଚାଲାଣକୁ ରୋକିବା,ପ୍ରସ୍ତାବିତ ଗୋଳା ବାରୂଦ କାରଖାନାକୁ ନିଷିଦ୍ଧ ସମେତ ଦଶ ଦଫା ଦାବିନେଇ ଆଜି ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ଓ ମାନବ ଅଧିକାର ସୁରକ୍ଷା ମଞ୍ଚର ମିଳିତ ଆନୁକୂଲ୍ୟରେ ଶୋଭାଯାତ୍ରା ଆୟୋଜିତ ହେବା ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ଓଡିଶାର ଜମି, ଜଳ, ଜଙ୍ଗଲ, ଖଣି ତଥା ସମସ୍ତ ପ୍ରାକୃତିକ ସମ୍ପଦର ବିକ୍ରି ତଥା ଘରୋଇକରଣ ଦ୍ୱାରା ଆଉ ଅଳ୍ପ କିଛି ବର୍ଷରେ ଓଡିଶାର ଭୂସମ୍ପଦ ଶେଷ ହୋଇଯିବ l ଏକ ପାଖିଆ ଭାବେ ଜନଗଣଙ୍କ ନିଷ୍ପତ୍ତି ବିନା ପ୍ରାକୃତିକ ସମ୍ପଦକୁ କର୍ପୋରେଟ କମ୍ପାନୀ ହାତକୁ ସରକାର ଯେଉଁପ୍ରକାର ଭାବେ ବିକାଶର ନାରାଦେଇ କର୍ପୋରେଟ ହାତକୁ ହସ୍ତାନ୍ତର କରୁଛନ୍ତି, ତାହା ଚିନ୍ତାର ବିଷୟ l ଟାଟା, ଅଦାନୀ ଭଳି କମ୍ପାନୀଗୁଡିକୁ ଋଷିକୂଲ୍ୟା ନଦୀର ପାଣି ଦେବା ଉଧେଶ୍ୟରେ ସୋରଡ଼ାର ପିପଳପଙ୍କା ଠାରେ ଯେଉଁ ଡ୍ୟାମ କରିବା ପ୍ରସ୍ତାବ ବା ପ୍ରସ୍ତୁତି ଚାଲିଛି, ତାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆଜି ଦାବି ହୋଇଛି କାରଣ କମ୍ପାନୀ ସ୍ୱାର୍ଥରେ ଏହି ଡ୍ୟାମ ନିର୍ମାଣ ଦ୍ୱାରା ସୋରଡ଼ା, ଆସିକା, ହିଞ୍ଜିଳି, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଗୋଳାବନ୍ଧ, ଭଞ୍ଜବିହାର, ଛତ୍ରପୁର, ଗଞ୍ଜା, ହୂମ୍ମା ଆଦି ବୃହତ ଅଂଚଳରେ ଲୋକଙ୍କ ଚାଷ ବାସ, ଗୃହପାଳିତ ପଶୁ ପାଳନ, ପାନୀୟ ଜଳ ପାଇବା ଆଦି ପ୍ରଭାବିତ ହେବା ସହ ଜଙ୍ଗଲ, ବଣ୍ୟ ଜନ୍ତୁ ତଥା ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିବ l ଏଣୁ ଏହି ଜନବିରୋଧୀ ଡ୍ୟାମକୁ ବାତିଲ କରିବା,ବର୍ଷା ଦିନେ ଋଷିକୂଲ୍ୟା ନଦୀରେ ଅଧିକ ମାତ୍ରାରେ ବର୍ଷା ଜଳ ବୋହିଯାଇ ସମୁଦ୍ରରେ ମିଶି ନଷ୍ଟ ହୋଇଯାଉଥିବା ଏକ ଚିନ୍ତାର ବିଷୟ l ଏହି ସିଂହ ଭାଗ ଜଳର କୌଣସି ବ୍ୟବହାର ବା କୌଣସି ପ୍ରକାର କାର୍ଯ୍ୟରେ ଆସୁନାହିଁ l l ଏହାକୁ ସଂରକ୍ଷିତ କରି କୃଷି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହୋଇପାରିବ।ସେହିପରି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକରେ ଗୋଳା ବାରୂଦ କାରଖାନା ନିର୍ମାଣ ପାଇଁ ପ୍ରସ୍ତାବ ନିଶ୍ଚିତ ଭାବେ ଲୋକଙ୍କ ଜମି, ଜଳ, ଜଙ୍ଗଲକୁ ଲୁଟ କରି ତାଙ୍କୁ ଏକ ବିଷାକ୍ତ ପରିବେଶ ମଧ୍ୟକୁ ଠେଲି ଦିଆଯିବାର ଷଡଯନ୍ତ୍ର କରାଯାଉଛି l ଏହି ଜନବିରୋଧୀ, ପରିବେଶ ବିରୋଧୀ ପ୍ରସ୍ତାବକୁ ପ୍ରତ୍ୟାହାର କରିବା,
ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଜଙ୍ଗଲ ଅଧିକାର ଦେବା,
ଆଦିବାସୀ ଜମି ହସ୍ତାନ୍ତର ଆଇନରେ ପ୍ରସ୍ତାବିତ ପରିବର୍ତ୍ତନକୁ ରୋକିବା, ଅଧିନିୟମ ୨/୧୯୫୬ ଓ ୨୦୦୨ ସଂଶୋଧନକୁ କଡାକଡି ଲାଗୁ କରିବା, ସିଲିଂ ଜମିର ପଟ୍ଟା ଦେବା, ଗୋଚର ଜମିରେ ଘର କରି ରହି ଆସୁଥିବା ଭୂମିହୀନ ପାରିବାରଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା,ଦୀର୍ଘ ବର୍ଷ ଧରି ରାଜସ୍ବ ଜମିରେ ଚାଷ ଓ ନିୟମିତ ଖଜଣା ଦେଉଥିବା ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ କରିବା ଆଦି ଦାବି ୧୦ଦଫା ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଧେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ବେଳେ ମାନବାଧିକାର ସୁରକ୍ଷା ମଞ୍ଚ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ମିଳିତ ଆନୁକୂଲ୍ୟରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଅବନୀ ଗୟା,ନିରାକାର ନାୟକ, ସମାଜସେବୀ ମନୋଜ କୁମାର ତରାଇ, ଯୁବନେତା ସଞ୍ଜୟ ନାୟକ, ଶିବରାମ ସାହୁ,ଗନ୍ଧର୍ବ ନାଇକ, ରମେଶ ପ୍ରସାଦ ଦାସ,ସୁରେନ୍ଦ୍ର ନାଥ ପଣ୍ଡା, ସାଧୁ ଚରଣ ବେହେରା, ବିଜୟ କୁମାର ପାଢ଼ୀ, ପି.ନାଗେଶ୍ୱର ରାଓ, ଆର.ସତ୍ୟ ନାରାୟଣ ରାଓ ପ୍ରମୁଖ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ