ପିପିଲିରେ ପ୍ରଚାର କଲେ ସତ୍ୟପ୍ରକାଶ

ପିପିଲି(ଜୁଗାବ୍ଦ ନ୍ୟୁଜ୍‍): ଭାରତୀୟ ଜାତୀୟ କଂଗ୍ରେସ ଦଳର ପୁରୀ ଲୋକ ସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ପିପିଲି ଅଂଚଳରେ ବୁଲି ଭୋଟ ପାଇଁ ନିବେଦନ କରିଛନ୍ତିି । ଏହି କ୍ରମରେ ପିପିଲି ନିର୍ବାଚନ ମଣ୍ଡଳୀର କୁମାରେଶ୍ୱର, ଛଣଘର, ନୂଆପଡ଼ା ଗ୍ରାମ ଗୁଡ଼ିକରେ ଶୋଭାଯାତ୍ରାରେ ଯାଇ ଲୋକମାନଙ୍କୁ ଭେଟିଥିଲେ । ପିପିଲି ବିଧାନ ସଭା ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଙ୍କ ସହ ସତ୍ୟ ପ୍ରକାଶ ମିଳିତ ଭାବେ ଘର ଘର ବୁଲି ଭୋଟ ପାଇଁ ନିବେଦନ କରିଥିଲେ । ଶହ ଶହ କେଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରଚାର ସମୟରେ ସତ୍ୟ ପ୍ରକାଶ ସ୍ଥାନୀୟ ଲୋକ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଲୋକଙ୍କ ସମସ୍ୟା ପାଇଁ ଲଢେଇ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ