ପିପିଳିଆ ସରପଂଚ ହେଲେ ଗୋଲାପ ନାଏକ
ଘଟଗାଁ,(ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତର ସରପଂଚ ଭାବେ ଦାୟୀତ୍ୱ ଗ୍ରହଣ କଲେ ପିପିଳିଆ ପଂଚାୟତର ନାଏବ ସରପଂଚ ଶ୍ରୀମତୀ ଗୋଲାପ ନାଏକ । ସୁଚନାନୁସାରେ, ବିଗତ କିଛିଦିନ ତଳେ କାର୍ଯ୍ୟରତ ଥିବା ସରପଞ୍ଚ ଉପେନ୍ଦ୍ର ନାଏକ ଏବଂ ପିଇଓ ସୌଭାଗ୍ୟ ରାଉତ ମିଳିତ ହୋଇ ପଂଚାୟତ ବ୍ୟାଙ୍କ୍ ଆକାଉଂଟରୁ ପାଖାପାଖି ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରିଥିବା ବ୍ୟାଙ୍କ୍ ଷ୍ଟେଟମେଂଟ ଚେକ୍ କଲା ପରେ ବ୍ଲକ୍ ପ୍ରଶାସନକୁ ପ୍ରମାଣ ମିଳିଥିଲା । ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶନଙ୍କୁ ଅବଗତ କରାଯିବା ପରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଜାଂଚ ଟିମ୍ ପିପିଳିଆ ପଂଚାୟତରେ ପହଂଚି ତଦନ୍ତ କରିଥିଲେ । ତଦନ୍ତ କରିବା ପରେ ପାଖାପଖି ୨୨ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଥିଲା । ଉଚ୍ଚସ୍ତରୀୟ ଟିମ୍ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ସରକାରୀ ଅର୍ଥ ହଡପ ହୋଇଥିବାରୁ ଜିଲ୍ଲାପାଳ ପିଇଓ ସୌଭାଗ୍ୟ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ଥାନାରେ ପୌଜଦାରୀ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ଘଟଗାଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି ପିପିଳିଆ ସରପଂଚ ଓ ପିଇଓଙ୍କ ବିରୋଧରେ ଅର୍ଥ ଆତ୍ମାସାତ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଘଟଗାଁ ପୋଲିସ୍ ସରପଂଚ ଉପେନ୍ଦ୍ର ନାଏକଙ୍କୁ ଗିରଫ କରିଥିବା ବେଳେ ପିଇଓ ସୌଭାଗ୍ୟ ରାଉତଙ୍କ କେନ୍ଦୁଝର ବାସଭବନରେ ଚଢାଉଚରିଥିଲେ କିନ୍ତୁ ତାଙ୍କ ପତା ମିଳିନଥିଲା ଏବଂ ସେ ଆଜି ପର୍ଯ୍ୟନ୍ତ ଫେରାର ଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଗାଁ ପୋଲିସ୍ ସରପଂଚ ଉପେନ୍ଦ୍ର ନାଏକଙ୍କୁ ଗିରଫ କରି ଜେଲ୍ ସ୍ଥାନାସ୍ତରୀତ କରିଥିଲେ । ତେବେ ଓଡିଶା ସରକାରଙ୍କ ଓଡିଶା ଗ୍ରାମ ପଂଚାୟତ ଆଇନ-୧୯୬୪ ଧାରା ୨୧ ଏବଂ ଜିଲ୍ଲାପାଳ କେନ୍ଦୁଝରଙ୍କ ଚିଠି ନଂ ୧୫୬୮(ଗ୍ରା.ପ) ଅନୁଯାୟୀ ପିପିଳିଆ ଗ୍ରାମପଂଚାୟତର ନାଏବ ସରପଂଚ ଶ୍ରୀମତି ଗୋଲାପ ନାଏକଙ୍କୁ ବର୍ତମାନର ସରପଂଚ ଭାବେ ଗତକାଲି ଘଟଗାଁ ବ୍ଲକ୍ ଜିପିଇଓ ଶ୍ରୀଯୁକ୍ତ ଚିତରଞନ ନାୟକଙ୍କ ଉପସ୍ଥିତରେ ହସ୍ତାନ୍ତର କରାଯାଇଛି । ତେବେ ଏହି ଦାୟୀତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମରେ ସମିତି ସଭ୍ୟ ମିନତିରାଣି ମହାନ୍ତ, ବର୍ତମାନର ପିପିଳିଆ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ମନୋରଞନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।


