ପିପୁଲସ୍ କଲେଜର ଶୀତକାଳୀନ ଏନ୍ଏସ୍ଏସ୍ ଶିବିର ଉଦଯାପିତ

ବୁଗୁଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡ଼ା ପିପୁଲ୍ସ କଲେଜ ଏନ୍ ଏସ୍ ଏସ୍ ୟୁନିଟ୍-୨ ର ସ୍ଵତନ୍ତ୍ର ଶୀତ ଶିବିର ବି.କରଡ଼ାବାଡ଼ି ପଞ୍ଚାୟତର ଦଦରାଖୋଲ ଗ୍ରାମରେ ଗତ ୨୨ତାରିଖ ଠାରୁ ଆରମ୍ଭହୋଇଥିବା ଏନ୍ ଏସ୍ ଏସ୍ ଶିବିର ଶନିବର ଉଦ୍‌ଯାପିତ ହୋଇଯାଇଛି ।  ଏହି ଶିବିର ୭ ଦିନ ଧରି ଚାଲୁରହିଥିବା ବେଳେ କଲେଜ ଛାତ୍ରମାନେ ଗ୍ରାମବାସୀଙ୍କୁ ପରିମଳ,ସ୍ୱାସ୍ଥ୍ୟ,ଓ ଶିକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ଉଦଯାପନି କାର‌୍ୟ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଅକ୍ଷୟ କୁମାର ସାହୁ,ଅଜୟ କୁମାର ସାହୁ,ଓ ବିନୋଦ କୁମାର କର ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟପାକ ସୁଶାନ୍ତ କୁମାର ସାହୁ, ସୁନ୍ଦର ବଦନ ସାହୁ,ଓ ଡ଼ଃ ପ୍ରଶନ କୁମାର ସ୍ଵାଇଁ ଏଥିରେ ସହଯୋଗ କରିଥିଲେ। ଏନ ଏସ ଏସ ଦ୍ଵିତୀୟ ୟୁନିଟର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇ ଶିବିର ପରିଚାଳନା କରିବା ସହ ଉଦଯାପନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ