ପିପୁଲସ କଲେଜରେ ୫୪ ତମ ଆନ୍ତ ମହାବିଦ୍ୟାଳୟ ବାସ୍କେଟବଲ (ପୁରୁଷ) ଟୁର୍ଣ୍ଣାମେଣ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ଓ ବୁଗୁଡା ପିପୁଲସ କଲେଜ ଦ୍ୱାରା ଆୟୋଜିତ ୫୪ ତମ ଆନ୍ତ ମହାବିଦ୍ୟାଳୟ ବାସ୍କେଟବଲ (ପୁରୁଷ) ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୪ ତାରିଖ ଦିନ ଉଦଘାଟିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କଟିଥିଲେ। ଅତିଥି ଭାବେ କ୍ରୀଡା ବିଭାଗ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଅଧ୍ୟାପକ ପ୍ରଦୀପ କୁମାର ଦାସ ଯୋଗଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ସମ୍ପାଦକ ରାଜେଶ କୁମାର ମହାନ୍ତି ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଜେ. କାମେଶ୍ବର ରାଓ ଯୋଗଦେଇଥିଲେ। ଦୁଇ ଦିନିଆ ପୁରୁଷ ବିଭାଗ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟରେ ୭ ଗୋଟି ମହାବିଦ୍ୟାଳୟ ଛାତ୍ରମାନେ ଯୋଗଦେଇଛନ୍ତି। ପ୍ରଥମ ଦିନର ୪ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ବୁଗୁଡା ପିପୁଲସ କଲେଜ ଟିମ ଓ ଗୋପାଳପୁର କଲେଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପିପୁଲସ କଲେଜ ଟିମ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଏମ.କେ.ସି.ଜି. ମେଡ଼ିକାଲ କଲେଜ ଟିମ, ବ୍ରହ୍ମପୁର ଓ ଇମ୍ପେରିଆଲ କଲେଜ ଟିମ, ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏମକେସିଜି ମେଡ଼ିକାଲ କଲେଜ ଟିମ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ପାରଳାଖେମୁଣ୍ଡି କଲେଜ ଟିମ ଓ ବୁଗୁଡା ପିପୁଲସ କଲେଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ ରାମ ନାରାୟଣ କଲେଜ ଟିମ, ଡୁରା ଓ ଏମକେସିଜି ମେଡ଼ିକାଲ କଲେଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏମକେସିଜି ମେଡ଼ିକାଲ କଲେଜ ଟିମ, ବ୍ରହ୍ମପୁର ବିଜୟୀ ହୋଇଥିଲେ। କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଓ ଏମ ଶ୍ରୀନିବାସ ଦୋରା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଆସନ୍ତା କାଲି ନଭେମ୍ବର ୨୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ