ପିପୁଲସ ହାଇ ସ୍କୁଲରେ ପାଣି ବୋତଲ ବଣ୍ଟନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ବୃନ୍ଦ ସ୍କୁଲ ସମୟ ମଧ୍ୟରେ ୩ ଥର ପାଣି ପିଇବା ପାଇଁ ପଦକ୍ଷେପ ନେଇଥିବା ପରିପ୍ରେକ୍ଷୀରେ ସୋମବାର ଦିନ ବୁଗୁଡା ପିପୁଲସ ହାଇ ସ୍କୁଲରେ ଛାତ୍ର ମାନଙ୍କୁ ପାଣି ବୋତଲ ବଣ୍ଟନ କରାଯାଇଛି ଏହି କାର୍ୟ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଯୋଗଦେଇ ପାଣି ବୋତଲ ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା, ବିଇଓ ରସାନନ୍ଦ କର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।