ପିଲା ଖେଳରୁ ମହାଭାରତ, ଆକ୍ରମଣରେ ଗର୍ଭବତୀ ମହିଳା ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା):ଛୋଟ ପିଲା ଖେଳକୁ କେନ୍ଦ୍ର କରି ମହାଭାରତ l ଦୁଇ ପରିବାର ମଧ୍ୟରେ ହୋଇଛି ମାରପିଟ । ଆକ୍ରମଣରେ ଗର୍ଭବତୀ ମହିଳା ଗୁରୁତର ହେlଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବlଡି ଗାଁରେ l ଘଟଣାରେ ଗୁରୁତର ଆହତ ଗର୍ଭବତୀ ମହିଳାଙ୍କୁ ମୋହନା ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ଘଟଣା ପ୍ରକାରେ ୨୩ ତାରିଖ ଦିନ ପିଲା ଖେଳକୁ କେନ୍ଦ୍ରକରି ଗାଁର ଅlବେଦ ଲିମା ଓ ରଶାନ୍ତ ନାୟକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ତାହା ସମାଧାନ ହେବା ପରିବର୍ତେ ବାରମ୍ବାର ଦିନେ ଛାଡି ଦିନେ ଝଗଡା ଚାଲିଥିଲା ।ତେବେ ପୁଣି ଗତକାଲି ଆବେଦ ଲିମାଙ୍କ ତିନିମାସ ଗର୍ଭବତୀ ଥିବା ସ୍ତ୍ରୀ ମିରା ଲିମା ନଦୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ରଶାନ୍ତଙ୍କ ପରିବାର ଲୋକେ ବାଟରେ ଜଗି ଅତର୍କିତ ଆକ୍ରମଣ କରି ମାଡ଼ ମାରିବା ସହ ପେଟରେ ମଧ୍ୟ ଲାତ ଗୋଇଠା ମାରିବାରୁ ମିରା ଗୁରୁତର ହୋଇଛନ୍ତି ।ପରିବାର ଲୋକେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଏସମ୍ପର୍କରେ ବୁଧୁବାର ଦୀନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଗୁରୁତର ଗର୍ଭବତୀ ମହିଳାଙ୍କ ସ୍ୱାମୀ । ବର୍ତ୍ତମାନ ଚିକିତ୍ସା ଚାଲିଛି କିଛି ସମୟପରେ ଜଣାପଡିବ ବୋଲି ମୋହନା ମେଡ଼ିକାଲ ଡାକ୍ତର ତ୍ରିଶୂଳ ସେନାପତି କହିଛନ୍ତି । ଖବର ପାଇଁ ମୋହନା ପୁଲିସ ମେଡ଼ିକାଲ ରେ ପହଞ୍ଚି ତଦନ୍ତ କରୁଛି l ସେପଟେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର ଅପ୍ର ପକ୍ଷୟ ମଧ୍ଯ ଗୁରୁବାର ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି ଥାନା ରେ ତେବେ ଏଭଳି ଗର୍ଭବତୀ ମହିଳା ଙ୍କୁ ଆକ୍ରମଣ କରିବା ଘଟଣା କୁ ଅଞ୍ଚଳ ରେ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ