ପିସ୍ତଲ୍ ଦେଖାଇ ଧମକ ଦେବା ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟଚାଲାଣ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଳକ୍ ଅଧୀନସ୍ଥ ବାଡୁଳା ଗ୍ରାମର ଦିଲ୍ଲୀପ୍ କୁମାର ଗୌଡ଼ଙ୍କୁ ଗାଳିଗୁଲଜ ଏବଂ ହତ୍ୟା ଧମକ ଦେବା ଘଟଣାରେ ଗାଙ୍ଗପୁର ପୋଲିସ୍ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I ବାଡ଼ୁଳା ଗ୍ରାମର ଦୀପକ କୁମାର ଗୌଡଙ୍କ ଅଭିଯୋଗ ପ୍ରକାରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ମାନେ ହେଲେ କଳାସୂତା ଗ୍ରାମର ରତ୍ନାକର ପ୍ରଧାନ (35) ଏବଂ ପଣିବନ୍ଧ ଗ୍ରାମର ସନାତନ ବେହେରା (28) I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ସୂଚନା ପ୍ରକାରେ କୌଣସି କାରଣକୁ ନେଇ ଗତ 23 ତାରିଖ ରାତି 11 ଟା ସମୟରେ ବାଡୁଳା ଗ୍ରାମର ଦିଲ୍ଲୀପ୍ କୁମାର ଗୌଡ଼ଙ୍କୁ ଝାଡ଼ବନ୍ଧ ସରପଞ୍ଚ ଯୋଗୀନ୍ଦ୍ର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଫୋନ୍ ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଦିଲ୍ଲୀପ୍ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ଦିଲ୍ଲୀପ୍ ଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ କେଶ୍ ନମ୍ବର୍ 198/22, ୟୁଏସ୍ 294/507/120(B) ଆଇପିସି ରେ ଏକ ମାମଲା ରୁଜୁ କରାଯାଇ ଥାନା ଏଏସ୍ଆଇ ଉମା ଚରଣ ପ୍ରଧାନଙ୍କୁ ତଦନ୍ତ ଭାର ଦିଆଯାଇଥିଲା I ଏନେଇ ପୋଲିସ୍ ଘଟଣାର ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ଥାନାକୁ ଡକାଇ ଥିଲା I ରାତ୍ରି 11 ଘଣ୍ଟା 45 ମିନଟ୍ ସମୟ ରେ ସରପଞ୍ଚ ଯୋଗୀନ୍ଦ୍ର ସ୍ୱାଇଁ, ରତ୍ନାକର ପ୍ରଧାନ, ସନାତନ ବେହେରା ଏବଂ ଅନ୍ୟ ଜଣେ ସହଯୋଗୀ ଥାନାକୁ ଆସି ଥାନା ବାହାରେ ଅଭିଯୋଗକାରୀ ଦୀପକ କୁମାର ଗୌଡ଼ ଙ୍କୁ ଦେଖି ଅଭିଯୁକ୍ତ ରତ୍ନାକର ପ୍ରଧାନ ଏବଂ ସନାତନ ବେହେରା ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଦୁଇଟି ପିସ୍ତଲ୍ ଦେଖାଇ ଥାନାରୁ ଫେରିବା ସମୟରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ I ପିସ୍ତଲ୍ ଦେଖି ଦୀପକ୍ ପ୍ରାଣ ଭୟରେ ଥାନାକୁ ଦୌଡି ପଳାଇବା ସହିତ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ I ଏହାପରେ ପୋଲିସ୍ ଘଟଣା ସ୍ଥଳରେ ଚଢାଉ କରି ରତ୍ନାକର ପ୍ରଧାନ ଏବଂ ସନାତନ ବେହେରାଙ୍କ ନିକଟରୁ ଗୋଟିଏ ସର୍ଟ୍ ଏୟାର୍ ଗନ୍ ଏବଂ ଗୋଟିଏ 9 ଏମ୍ଏମ୍ ପିସ୍ତଲ୍ ଜବତ କରି ଥିଲା I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 199/22, ୟୁଏସ୍ 341/294/506/34 ଆଇପିସି 25/(1-B)(a)/27 ଆର୍ମସ୍ ଆକ୍ଟ ରେ ଅନ୍ୟ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତ ରତ୍ନାକର ଏବଂ ସନାତନକୁ ଗିରଫ କରି କୋର୍ଟଚାଲାଣ କରିଛି I