ମୂଲ୍ୟାଙ୍କନ ପରିସରରେ ଗଛ ଡାଳ ପଡି ତିନି ଶିକ୍ଷକ ଆହତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ -02ର ପରୀକ୍ଷା ଖାତା ମୂଲ୍ୟାଙ୍କନ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲୁ ଅଛି I ଏଥିରେ ପାଖା ପାଖି 230 ଜଣରୁ ଉର୍ଦ୍ଧ ଶିକ୍ଷକ ମୂଲ୍ୟାଙ୍କନରେ ନିୟୋଜିତ ହୋଇଛନ୍ତି I ସକାଳ 10.30 ସମୟରେ ଷ୍ଟୋର ରୁମରୁ ଖାତା ଦେଖା ରୁମକୁ ଯିବା ଆସିବା ରାସ୍ତାରେ ନିୟୋଜିତ ହୋଇଥିବା ତିନି ଜଣ ଶିକ୍ଷକଙ୍କ ଉପରେ ହଠାତ୍ ଆମ୍ବ ଗଛ ଡାଳ ଖସି ପଡିବାରୁ ଗୁରୁତର ଆହତ ହୋଇଥିଲେI ବିଦ୍ୟାଳୟ ପରିସରରୁ ତୁରନ୍ତ ରାଇରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ଆହତ ଶିକ୍ଷକ ହେଉଛନ୍ତି ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ହେମନ୍ତ କୁମାର ମହାନ୍ତ, ପଞ୍ଚାୟତ ହାଇସ୍କୁଲ କୁସୁମୀର ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ,ସୁଦର୍ଶନପୁର ହାଇସ୍କୁଲର ଶିକ୍ଷକ ଅନାଦି ଶଙ୍କର ଗିରି ଆହତ ହୋଇ ମେଡିକାଲରେ ଚିକିତ୍ସା ହୋଇଥିଲେ I ଶିକ୍ଷକଙ୍କ ମୁଣ୍ଡ,ଓ କାନ୍ଦରେ କ୍ଷତ ହେବା ସହିତ ଆଘାତ ଲାଗିଥିଲା ଯାହାକି ସେଠାରେ ଏକ୍ସ ରେ କରାଯାଇଥିଲା Iସେଠାରେ ଜିଲ୍ଲା କନିଷ୍ଠ ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ସମେତ ଅନ୍ୟ ଶିକ୍ଷକ ସହାୟତା କରିଥିଲେ I ପରବର୍ତ୍ତୀ ସମୟରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ହସ୍ପିଟାଲରେ ପହଞ୍ଚି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡାକ୍ତର ସାଗର ଚନ୍ଦ୍ର ନାଏକ ଙ୍କ ସହ ଆଲୋଚନା କରିବା ସହିତ ଚିକିତ୍ସା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ I ଏଥିରେ ହସ୍ପିଟାଲ ମ୍ୟାନେଜର ଲିପ୍ସା ରାଜ ନନ୍ଦିନୀ ମହାପାତ୍ରଙ୍କ ସମେତ ହସ୍ପିଟାଲର କର୍ମଚାରୀ ସହାୟତା କରିଥିଲେI ଏଥିରେ କଟକ ବୋର୍ଡ କାର୍ଯ୍ୟାଳୟର ପରୀକ୍ଷା ତତ୍ୱାବଧାରକ ଜୟନ୍ତୀ ମାଝୀ, ରୁଦ୍ର ପ୍ରସାଦ ନନ୍ଦ, କେନ୍ଦ୍ର ତତ୍ୱାବଧାରକ ରଞ୍ଜନ କୁମାର ମହାନ୍ତ, ପୂର୍ବତନ ବିଧାୟକ ଲଷ୍ମଣ ମାଝୀ, ଓଷ୍ଠାର ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ନକୁଳ ଚନ୍ଦ୍ର ଗିରି,ଦିଲ୍ଲୀପ କୁମାର ନନ୍ଦ,ଚିତ୍ରସେନ ଗିରି,ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା, ଯତୀନ୍ଦ୍ର ନାଥ ମହାନ୍ତି, ସୁବାଷ ଚନ୍ଦ୍ର ବାରିକ, ରଞ୍ଜନ କୁମାର ନନ୍ଦ ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଆସୁ ଆରୋଗ୍ୟ କାମନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ