ପି.ଡବ୍ଲ୍ୟୁ.ଡି ସରକାରୀ ପୋଖରୀକୁ ବ୍ୟବହାର ପାଇଁ ନିବେଦନ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ପଢୁଆଁପଦା ନିଉ କଲୋନୀର ଏକମାତ୍ର ପି.ଡବ୍ଲ୍ୟୁ.ଡି ସରକାରୀ ପୋଖରୀକୁ ଦୀର୍ଘ ୧୦୦ ବର୍ଷ ଧରି ପଢୁଆଁପଦା, କରଞ୍ଜୀଆ, ଖପରାପଦା, ଆଜିମାବାଦ, ମଠସାହି ଆଦିର ଗ୍ରାମବାସୀ ଏହି ପୋଖରୀକୁ ବ୍ୟବହାର କରିଆସୁଛନ୍ତି । ମାତ୍ର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ପୋଖରୀକୁ ବ୍ୟବହାର ନକରିବା ପାଇଁ କେଉଁ ସ୍ୱାର୍ଥରେ ବିରୋଧ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ପ୍ରକାଶ ଥାଉକି କିଛିଦିନ ପୂର୍ବେ ସହଦେବଖୁଣ୍ଟା ପୋଲିସ ଗ୍ରାମବାସୀଙ୍କୁ ପୋଖରୀ ବ୍ୟବହାର ନକରିବାକୁ କହିବା ସହିତ ବ୍ୟବହାର କରିବାକୁ ବାଧା ଦେଇଥିଲେ ଏବଂ ପୋଲିସ ଗ୍ରାମବାସୀଙ୍କୁ ଥାନାକୁ ଡାକି ଦୀର୍ଘ ସମୟ ଧରି ଥାନାରେ ଅଟକ ରଖିଥିଲେ । ପୋଖରୀ ପାଣି ବ୍ୟବହାର କଲେ ସେମାନଙ୍କ ନାମରେ ମିଥ୍ୟା କେସ୍‍ ଦେବେ ବୋଲି ଧମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହିତ ଏସ.କେ ଜାହିର ନାମକ ବ୍ୟକ୍ତି ଉକ୍ତ ପୋଖରୀ ଚାରିକଡେ ବାଡ ବସାଇଦେବାକୁ ଉଦ୍ୟମ କରିଥିଲେ ହେଁ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ । ଉକ୍ତ ପୋଖରୀକୁ ସେ ପୋଲିସ ବିଭାଗରୁ ଲିଜ୍ ନେଇଥିବା ପ୍ରକାଶ କରିଥିବା ବେଳେ ବାସ୍ତବରେ ପୋଖରୀଟି ପୋଲିସ ବିଭାଗରେ ନଥିଲା କି ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୋଖରୀଟି ପି.ଡବ୍ଲ୍ୟୁ.ଡି ଅଧିନରେ ଥିବାର କାଗଜ ପତ୍ର ଯାଞ୍ଚ କରିବାରୁ ଜଣାପଡିଛି । ବାସ୍ତବରେ ଏହି ପୋଖରୀକୁ ବ୍ୟବହାର ପାଇଁ ପୋଲିସ ବାଧା ଦେଉଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଉଛି । ଏ ବାବଦରେ ସମସ୍ତ ଗ୍ରାମବାସୀଙ୍କ ତରଫରୁ କିଛି ଗ୍ରାମବାସୀ ବାଲେଶ୍ୱର ସିଭିଲ କୋର୍ଟ ସିନିୟର ଡିଭିଜନରେ ମାମଲା ରୁଜୁ କରି ଉକ୍ତ ପୋଖରୀକୁ ବ୍ୟବାହାର କରିବା ପାଇଁ ଆବେଦନ କରିଛନ୍ତି । ପ୍ରକାଶଥାଉକି ଗତ କିଛି ଦିନ ତଳେ ଅଞ୍ଚଳର ଯୁବ ସମାଜସେବୀ ସେକ୍ ସାମସୁଲ ଆଲଫିନ୍ ଓ ସାଥୀ ଏହି ପୋଖରୀକୁ ସଫା ସୁତୁରା କରି ବ୍ୟବହାର ଉପଯୋଗୀ କରିିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ