ପି ସି ସି ଉପ ସଭାପତି ଓ ତାଙ୍କ ସମର୍ଥକ ଙ୍କ କଂଗ୍ରେସ ରୁ ଇସ୍ତଫା
ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ସ୍ଥାନରେ ଦଳ ଡ଼ିଆଁ ପର୍ବ ସେତିକି ଚାଲିଛି। ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ର କଂଗ୍ରେସ ନେତା, ଗତ ବିଧାନସଭା ନିର୍ବାଚନ ରେ କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିବା ପି ସି ସି ଉପ ସଭାପତି ବିଶ୍ଵ ଭୂଷଣ ଦାସ ଆଜି ନିଜ ସମର୍ଥକ ମାନଙ୍କ ସହିତ କଂଗ୍ରେସ ର ପ୍ରାଥମିକ ସଦସ୍ୟ ଓ ବିଭିନ୍ନ ପଦପଦବୀ ରୁ ଇସ୍ତଫା ଦେଇ ବିଜେପି ଦଳ ରେ ଯୋଗ ଦେଇଛନ୍ତି। ଶ୍ରୀ ଦାସ କଂଗ୍ରେସ ଦଳପକ୍ଷରୁ କାକଟପୁର ରେ ଗତ ୨୦୧୪ ଓ ୨୦୧୯ ନିର୍ବାଚନ ରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହି ନିର୍ବାଚନ ମଣ୍ଡଳୀ ରେ ଥିବା କାକଟପୁର ଓ ଅସ୍ତରଙ୍ଗ ବ୍ଲକ କୁ ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଙ୍କ ସହାୟତାରେ ଦଖଲ କରିଛି। ଏହି ନିର୍ବାଚନମଣ୍ଡଳୀ ରେ କଂଗ୍ରେସ ର ସ୍ଵତନ୍ତ୍ର ଭୋଟ ରହିଛି। ଏବେ ଏହି ଏହି ନିର୍ବାଚନମଣ୍ଡଳୀ ରେ ବିଜେଡ଼ିରେ ଅନ୍ତର୍ଦ୍ୱନ୍ଦ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ଦଳ ଭଲ ସ୍ଥିତି ରେ ଥିବାବେଳେ ଶ୍ରୀ ଦାସ କାହିକିଁ କଂଗ୍ରେସ ଦଳ ରୁ ଇସ୍ତଫା ଦେଲେ ତାହାହିଁ ସମସ୍ତ ଙ୍କୁ ଚକିତ କରିଛି।ସେ ବିଜେପି ରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। କୌଣସି ଦଳ ପକ୍ଷରୁ ଏଠାରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ।


