ପୀତବାସ ହତ୍ୟାକାଣ୍ଡରେ ଫସିଗଲେ ବିକ୍ରମ! ପ୍ରଶ୍ନବାଚୀରେ ବ୍ରହ୍ମପୁର ଏସ୍ପିଙ୍କ ପ୍ରେସମିଟ
ବ୍ରହ୍ମପୁର,(ୱାଇଏନଏସ): ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ କାହିଁକି ବ୍ରହ୍ମପୁରର ଦୁଇ ଜଣ ବଡ ନେତା ଯୋଜନା କରିଥିଲେ ପ୍ଲାନ୍- ଏ ବିଫଳ ହେବା ପରେ କିପରି ପ୍ଲାନ୍-ବି କାର୍ଯ୍ୟକାରୀ ହେବା ଏବଂ ଏଥିରେ ସହରର ରାଜନୈତିକ ଦଳର ଚାରି ଜଣ ନେତୃବୃନ୍ଦ ସମେତ ମୋଟ ୧୨ ଜଣ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ତାହାକୁ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ପରିସରରେ ଆୟୋଜିତ ପୋଲିସର ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ । ତେବେ ଏହି ହତ୍ୟାକାଣ୍ଡରେ ଏସ୍ପିଙ୍କ ପ୍ରେସମିଟ୍ ସବୁଠୁ ଚକିତ କରିଥିଲା । ଜଣେ ବିରୋଧୀ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ପୋଲିସ ଯେତିକି ପ୍ରମାଣ କୁଟାଇବା କଥା ପ୍ରାୟତଃ ସେତିକି ଜୁଟାଇନଥିବା ଭଳି ଅନୁମନ ହେଉ ଥଲା । ଯଦି କଣ ଜଣେ ରାଜନେତାଙ୍କ ନିକଟତର ଲୋକ କ୍ରାଇମ କଲେ ତା ପାଇଁ କଣ ସେ ଭକ୍ତ ରାଜନେତା ଦାୟୀ ରହିବେ କି । ଏହି କେସ୍ରେ ନ। ବିକ୍ରମଙ୍କ ବିରୋଧରେ ଟଙ୍କା ଦେଇଥିବାର ପୋଲିସ ପାଖରେ କୌଣସି ପ୍ରମାଣ ନଥୁବା ଭଳି ଜଣା ପଡୁଛି । କେବଳ ୨୦୨୪ ନିର୍ବାଚନ ସମୟରେ ହୋଇଥିବା ଏକ ପିଟିସନକୁ ନେଇ ପୀତବାସ କେସ୍ରେ ପୋଲିସ ବିକ୍ରମକୁ ଜଡିତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ପୋଲିସ କହିଛି ଯେ, ପୂର୍ବତନ ମେୟର ପିଷ୍ଣୁ ଦାସ ଓ ମଳୟ ବିଷୋୟୀ ଓ ଅନ୍ୟ ଅଭିଯୁକ୍ତଙ୍କ ସହ ବିକ୍ରମଙ୍କ ଫୋନ୍ କଲ୍ ସଂଯୋଗ ରହିଛି ତେବେ କଣ ଏହା ଯଥେଷ୍ଟ ପ୍ରମାଣ କି! ପୋଲିସ ଏହି କେସ୍ରେ ପ୍ରମାଣ ଠାରୁ ବେଶି ଇମାଜିନ ଉପରେ ଗୁରୁତ୍ଵ ଦେଇଛି। ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡାଙ୍କୁ ନିଜ ଘର ନିକଟରେ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ପାଇଁ ହତ୍ୟାକାଣ୍ଡର କାରଣ ଏବଂ କେଉଁ ପରିସ୍ଥିତିରେ ହତ୍ୟା ହେଲା, ତାର ସ୍ଥୂଅ ଖୋଜିବା ଏକପ୍ରକାର ଚ୍ୟାଲେଞ୍ଜ ରହିଥିଲା । ସେପଟେ ଘଟଣାର ୧୬ ଦିନ ପରେ ପୋଲିସ କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା ହୋଇଥିଲା ତାହାର ସମସ୍ତ କଥା ବର୍ଣ୍ଣନା କରିଛି ।
ଗଞ୍ଜାମ ର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବ। ପରେ, ବିଜୁ ଜନତ। ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ, ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି, ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା ବେଳେ, ତାଙ୍କୁ ଓ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଚକ୍ରାନ୍ତ କରି ଫସାଯାଇଛି ବୋଲି କହିଥିଲେ। ଶ୍ରୀ ପଣ୍ଡାଙ୍କ ସମ୍ପୃକ୍ତି ନେଇ ଗୁଡିଏ ଗପ ଶୁଣାଇଛି ପୋଲିସ, କିନ୍ତୁ ତାଙ୍କ ବିରୋଧରେ ତିଳେ ମାତ୍ର ପ୍ରମାଣ ଦେଇ ପାରିନାହିଁ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁକୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ଵରେ ଚର୍ଚ୍ଚିତ ଘଟଣା ପାଲଟିଥ୍ଲା। ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ଟି ମହିଳା ନିର୍ଯାତନା ମାମଲା ହୋଇଛି। ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି। ଏହି ଚୋରା ବାଲି କାରବାର ନେଇ ଅନେକ ହିଂ ସାକାଣ୍ଡ ଘଟିଛି। ଏହି ଚୋରା ବାଲି କାରବାରରେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟିବା ପରେ ପ୍ରଥମେ ଏହା ଚୋରା ବାଲି କାରବାରକୁ ନେଇ ଘଟିଛି ଓ ଏଥରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଆଲୋଚନା ହୋଇଥିଲା। ଶ୍ରୀମତୀ ମଲ୍ଲିକ କହିଥ୍ଲେ, ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ. ଡମ୍ବୁରୁ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁ ମନ୍ତ୍ରୀ ବିଭୁତି ଜେନାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ। ଏହା ବିଜେପି ପାଇଁ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯାଉ ଥିବାରୁ, ଏଭଳି ନାଟକୀୟ ଢଙ୍ଗରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଏସପି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟରେ ବିକ୍ରମଙ୍କ ବିରୋଧରେ କୌଣସି ପ୍ରମାଣ ପ୍ରସ୍ତୁତ କରିନାହାନ୍ତି, କେବଳ ଗୁଡିଏ କାହାଣୀ କହିଛନ୍ତି। ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରୁଛୁ। ବିଜୁ ଜନତା ଦଳ ଏଭଳି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବ। ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଦେଖାଇ ତାଙ୍କୁ ଗିରଫ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖ୍ ନେତାମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ।ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ତିଆରି ହୋଇଥିବା ପ୍ଲଟ ଠାରୁ ବିକ୍ରମ ପଣ୍ଡାଙ୍କୁ ଫସାଇବା ପାଇଁ ବିଜେପି ଇଙ୍ଗିତରେ ପୋଲିସ ରଚିଥିବା ପ୍ଳଟ ଅଧିକ ଭୟଙ୍କର ଓ ମାରାତ୍ମକା ଗଞ୍ଜାମ ଏସ୍ପି ଶ୍ରବଣା ବିବେକ ସମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ରଖ୍ ନାହାନ୍ତି। କେବଳ କିଛି କାହାଣୀ କହିଛନ୍ତି। ଏସ୍ପି ମହୋଦୟ ବିକ୍ରମ ଙ୍କ ବିରୋଧରେ କେବଳ ଅଭିଯୋଗ ରଖୁଛନ୍ତି, କୌଣସି ପ୍ରମାଣ ରଖୁପାରି ନାହାନ୍ତି। ଏସ୍ପି ଯେଉଁ ୫୦ ଲକ୍ଷ ଟଙ୍କା ଡିଲର କଥା କହିଛନ୍ତି, ତାର ମଧ୍ଯ କୌଣସି ମନି ଟ୍ରେଲ ଥିବାକଥା କହି ନାହାନ୍ତି। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଚାଲିଥ୍ବା ମିଥ୍ୟା ସତ୍ୟ ପାଠ ମାମଲାରେ ଓକିଲ ଖର୍ଜ ଶ୍ରୀ ବିକ୍ରମ ପଣ୍ଡା ବହନ କରୁଛନ୍ତି ବୋଲି ଏସ୍ପି କହିଛନ୍ତି। କିନ୍ତୁ, ଓକିଲ ଖର୍ଚ୍ଚ ବହନ ସହିତ ପୀତବାସ ପଣ୍ଡାଙ୍କ ହତ୍ୟାର କଣ ସଂପର୍କ ରହିଛି, ସେକଥା ସେ ସ୍ପଷ୍ଟ କରି ନାହାନ୍ତି। ଏସ୍ପିଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା କରିଛନ୍ତି। ବିଜେପିର ଅନ୍ତଦ୍ଵନ୍ଦ ଓ ଚୋରା ବାଲି କାରବାର ନେଇ ନିଜ ଦଳ ଭିତର ବିବାଦ ଯୋଗୁ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟିଛି ବୋଲି ପୁରା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ନୂଆପଡା ଉପନିର୍ବାଚନକୁ ଆଖ୍ ଆଗରେ ରଖ୍, ବିକ୍ରମ ପଣ୍ଡାଙ୍କୁ ଫସା ଯାଇଛି। ଡ. ଲେନିନ ମହାନ୍ତି ଗଣ ମାଧ୍ୟମ ସମ୍ମୁଖରେ ଗୋଟିଏ ଫଟୋ ରଖୁଥ୍ଲେ, ଯେଉଁଥ୍ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବସିଥିବା ବେଳେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ପୋଲିସ ଆଇଜି ନୀତି ଶେଖର ମୁଣ୍ଡପାତି ଛିଡା ହୋଇଛନ୍ତି। ଡ. ମହାନ୍ତି କହିଥିଲେ, ବିଜେପି ଶାସନରେ ପୋଲିସ ଅବସ୍ଥା ଏହିପରି ରହିଛି। ଶ୍ରୀ ସାମଲ ମନ୍ତ୍ରୀମଣ୍ଡଳର ସଦସ୍ୟ ହୋଇ ନଥିଲେ ମଧ୍ୟ ତାଙ୍କ ସମ୍ମୁଖରେ ଜଣେ ପୋଲିସ ଆଇଜି ଅସହାୟ ଅବସ୍ଥାରେ ମୁଣ୍ଡପାତି ଛିଡା ହେବା, ନିଶ୍ଚିତ ଭାବେ ଆଇନ ଶୃଙ୍ଖଳାର ଦୟନୀୟ ସ୍ଥିତିକୁ ଦର୍ଶାଉଛି। ତେଣୁ, ବିଜେପି ଇଙ୍ଗିତରେ, ବିଜେଡି ଜିଲ୍ଲା ସଭାପତିଙ୍କୁ ଅଭିଯୁକ୍ତ ସଜାଯାଇଛି। ଆଜି ରାଜ୍ୟରେ, ପୋଲିସ ବିଜେପିର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରୁଛି। ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରୁଛି ଓ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ। ଆଗାମୀ ଦିନରେ, ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ