ପୁଅର ଅତ୍ୟାଚାର ସହିନପାରି ମାର ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର, (ଦେବଦତ୍ତ ମହାରଣା):ନିଜ ଜନ୍ମ କଲା ମା କୁ ପର କଲା ପୁଅ । ଜନ୍ମ ଦେଇ କୋଳେଇ କାଖେଇ ବଡ କରିଥିବା ମାକୁ ଶୀତ କାକରରେ ରାତିରେ ଘରୁୟ ପଦାକୁ କାଡିଦେଲା ପୁଅ । ଏଭଳି ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ । ପାଲିଆ ଛତ୍ରପୁର ଗ୍ରାମର ଏସ୍‌. ଶିତାମ୍ମାଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଏସ୍‌. ଚିଟି ରାୟପୁର ରେ ରହୁଥିବା ବେଳେ ବଡପୁଅ ଏସ୍‌. ଭାଗିରଥିଙ୍କ ପାଖରେ ମା ଏସ୍‌. ସିତାମ୍ମା ରହି ଆସୁଥିଲେ । ହେଲେ ବଡ ପୁଅ ତାଙ୍କୁ ଖାଇବା ପାଇଁ ଦେଉନଥିବା ଅଭିଯୋଗ ହେବା ପରେ ଗ୍ରାମବାସୀ ଓ ପୁଲିସ ଉପସ୍ଥିତିରେ ମା ସିତାମ୍ମାଙ୍କୁ ପୁଣି ଥରେ ବଡ ପୁଅ ଘରେ ରଖାଯାଇଥିଲା । କିନ୍ତୁ, ଗତକାଲି ରାତ୍ରରେ ବଡ ପୁଅ ଏସ୍‌. ଭାଗିରଥି ତାଙ୍କୁ ଘରୁ ବାହାର କରିଦେଇଥିଲେ । ଫଳରେ ମା ସିତାମ୍ମା ରାତି ସାରା ଶୀତ କାକରରେ ବାହାରେ ପଡି ରହିଥିଲେ । ଏହା ପରେ ସେ ରାଗିକି ପାଖରେ ଥିବା କିଛି ମେଡିସିନ ଖାଇ ଅସୁସ୍ଥ ହୋଇଯାଇଥିଲେ । ଘଟଣାର ଖବର ପାଇ ଛତ୍ରପୁରର ବଜରଙ୍ଗୀ ଦଳର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମାନେ ପହଂଚି ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବୃଦ୍ଧାଶ୍ରମରେ ରଖାଯିବ ବୋଲି ବଜରଙ୍ଗୀ ଦଳର ସଦସ୍ୟ ଏସ୍‌. ରାମକ୍ରିଷ୍ଣା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ