ପୁଅର ଜନ୍ମଦିନରେ ରକ୍ତଦାନ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) :ନିଜ ସନ୍ତାନର ଜନ୍ମଦିନକୁ ବାପା-ମା ବହୁ ଆଡମ୍ବରରେ ପାଳନ କରିଥାନ୍ତି l କିନ୍ତୁ ଗଂଜାମ ଜିଲ୍ଲା ଛତ୍ରପୁର ଅଗସ୍ତିନୂଆଗାଁରେ ଏକ ଭିନ୍ନ ଧରଣର ଜନ୍ମଦିନ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l କାରଣ ଏହି ଦମ୍ପତି ଆଜିଠୁ ନିଷ୍ପତି ନେଇଛନ୍ତି ,ତାଙ୍କର ପୁଅର ଜନ୍ମଦିନରେ ପ୍ରତ୍ୟେକ ବର୍ଷ ରକ୍ତଦାନ କରି ପୁଅର ଜନ୍ମ ବାର୍ଷିକୀ ପାଳନ କରିବେ l ଯାହା ଫଳରେ ମାର୍ଚ୍ଚ ମାସ ତଥା ଗ୍ରୀଷ୍ମଦିନରେ ରକ୍ତଭଣ୍ଡାରରେ ରକ୍ତର ଅଭାବ କିଛି ମାତ୍ରାରେ ପ୍ରତିହତ ହେବା ସହ ସର୍ବସାଧାରଣ ଲୋକ ଉପକୃତ ହେବେ l ସର୍ବସାଧାରଣଙ୍କ ଆଶ୍ରିବାଦ୍ ଫଳରେ ନିଜ ପୁତ୍ରର ଜୀବନ ସୁନ୍ଦରମୟ ହେବା ସହ ଭବିଷ୍ୟତ ଉଜ୍ବଳମୟ ହେବ ବୋଲି କୁହନ୍ତି ଦମ୍ପତି l ଅଗସ୍ତିନୂଆଗାଁ ଦମ୍ପତି ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତ୍ ଙ୍କ ଦ୍ୱିତୀୟ ଜନ୍ମବାର୍ଷିକୀ ଉତ୍ସବ ଅବସରରେ ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି l ଉକ୍ତ ରକ୍ତଦାନ ଶିବିରକୁ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଉର୍ମିଳା ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ l ସମ୍ନାନିତ ଅତିଥି ଭାବେ ଯଜ୍ଞଶlଳା ନିକଟସ୍ଥ ଅନନ୍ତବଳିଆ ଆଶ୍ରମର ବାବାଜୀ ଗୋବିନ୍ଦ ଦାସଙ୍କ ସମେତ ମହାନାଦପୁର ପୂର୍ବତନ ସମିତିସଭ୍ୟ ଅଶୋକ ପାଣିଗ୍ରାହୀ ,ଶ୍ରୀରାମ ଦାସ ( ନାଏବ ସରପଞ୍ଚ ),ଛତ୍ରପୁର ବ୍ଲକ୍ ମିସନ ଶକ୍ତିର ସମ୍ପାଦିକା ଶୈଳବାଳl ରଥ, ଗାୟତ୍ରୀ ରେଡ୍ଡୀ ,ବେଣୁଧର ବେହେରା , ଏ.ସନ୍ୟାସୀ, ଟୁକୁନା ନାହାକ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ରକ୍ତଦାନ ଶିବିର ପରିସରରେ ସ୍ବେଛାସେବୀ ଅନୁଷ୍ଠାନ “ମହିଳାଶକ୍ତି ” ଛତ୍ରପୁରକୁ ମହିଳାଙ୍କୁ ରକ୍ତଦାନ କ୍ଷେତ୍ରରେ ଆଗକୁ ଆଣି, ଉତ୍ତମ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ଉଦ୍ଧେଶ୍ୟରେ ଅତିଥୀଙ୍କ ଦ୍ୱାରା ଟ୍ରଫି ସହ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା l ରକ୍ତଦାନ ପରି ମହତ୍ୱ କାର୍ଯ୍ୟ ଜରିଆରେ ଜନ୍ମଦିନ ପାଳନ କରିଥିବାରୁ ପିତାମାତାଙ୍କୁ ପ୍ରସଂଶା କରିଥିଲେ ଅତିଥି ଗଣ l ଏହି ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟ ( ଏମକେସିଜି ) ଦ୍ୱାରା ପରିଚାଳିତ ” ଓଡିଶା ବ୍ଲଡ୍ ସେଣ୍ଟର ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା l ଏଥିରେ ରକ୍ତ ଭଣ୍ଡାରର ପ୍ରଦୀପ କୁମାର ସୁବୁଦ୍ଧି ,ଦିବାକର ତ୍ରିପାଠୀ ,ରାମହାରି ପଣ୍ଡା ,ଡମ୍ବୁରୁ ବାହାଦୂର କାର୍କି ,ନାଗଭୁସଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ l