ପୁଇଁତୋଳା ଗ୍ରାମ ଗଣେଶ ପୂଜା କମିଟି ତରଫରୁ ମେଗାରକ୍ତଦାନ ଶିବିର

ଗଞ୍ଜାମ, (ବିନୋଦ ପଲେଇ): ପବିତ୍ର ଗଣେଶପୂଜା ଉପଲକ୍ଷେ ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗଣେଷ ପୂଜା କମିଟି ଆନୁକୂଲ୍ୟରେ ଏକ ମେଗାରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ଶିବିରକୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ଉଦଘାଟନ କରିଥିଲେ। ପୂଜାକମିଟି ଉପଦେଷ୍ଟା ଅଜୟ କୁମାର ବାରିକ ଓ ଲକ୍ଷ୍ମୀ ଚରଣ ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସମ୍ମାନିତ ଅତିଥି ରୂପେ ଗଂଜାମ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ, ଗ୍ରାସୀମ ଇଣ୍ଡୋଷ୍ଟିଜର ଆଡ଼ମିନ ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ବଡ଼ ବଜ଼ାର ବ୍ୟବସାୟୀ ସଂଘ ସଭାପତି ଗୋୖରୀଶଙ୍କର ବାରିକ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ସରପଞ୍ଚ ସଂଯୁକ୍ତା ପ୍ରଧାନ, ସ୍ଥାନୀୟ କାଉନସିଲର ମହାଲକ୍ଷ୍ମୀ ନାୟକ, ଯୋଗା ଦେଇଥିଲେ। ପ୍ରଥମ ଥର ପାଇଁ ମହିଳା ମାନେ ଵିନୋଦିନି ବାରିକ, ସୁନିତା ପ୍ରଧାନ, ସୌଡାମିନି ବିଶ୍ୱାଳ,ସୁନିତା ମହାରଣା ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିଲେ। ଏହାକୁ ପୂଜା କମିଟର ସଦସ୍ୟ କିରଣ ପଲେଇ, ପଙ୍କଜ ପଲେଇ, ମନଜ ବିଶ୍ୱାଳ, ସୁନୀଲ ବାରିକ, ଜିତେନ୍ଦ୍ର ପଲେଇ , ମହେନ୍ଦ୍ର ପଲେଇ, ବିଭୂତି ପଲେଇ, ଜିତେନ୍ଦ୍ର ବାରିକ, ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ବ୍ରହ୍ମପୁର ମେଡ଼ିକାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କ ତତ୍ତ୍ୱାବଧାନରେ ୧୦୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରତ୍ୟେକ ରକ୍ତଦାତାଙ୍କୁ ଗଛଟିଏ ଦେଇ ଉତ୍ସାହିତ କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା। ଗଣେଶ ପୂଜାରେ ଏହିଭଳି ନିଆୟର ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ