ପୁଣି ଅଶାନ୍ତ ବିଶ୍ୱ ବିଦ୍ୟାଳୟ : ଦୁଇଗୋଷ୍ଟି ସଂଘର୍ଷରେ ୩ ଆହାତ ୨ ଅଟକ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : କିଛି ଦିନର ନିରବତା ପରେ ଆଜି ପୁଣି ଥରେ ଅଶାନ୍ତ ହୋଇଉଠିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଦୁଇଗୋଷ୍ଟି ମଧ୍ୟରେ ସଂଘର୍ଷ କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ପୂର୍ବଶତ୍ରୁତା କାରଣର ୁ ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ଦୁଇଗୋଷ୍ଟି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୩ ଜଣ ଆହାତ ହୋଇଥିବା ବେଳେ ପୋଲିସ ୨ ଜଣକୁ ଅଟକ ରଖିଥିବା ଜଣାପଡିଛି । ଏହାକୁ ଶାସକ ଗୋଷ୍ଟି ବିରୋଦ୍ଧ କରି ବିନା ସର୍ତ୍ତରେ ସେମାନଙ୍କୁ ଛାଡିବା ପାଇଁ ଭାରପ୍ରାପ୍ତ କୂଳ ସଚିବଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ କ୍ୟାମ୍ପସରେ ପୋଲିସ ମୃତୟନ କରାଯାଇଛି ।


