ପୁଣି କଟକରେ ସକ୍ରିୟ ଗ୍ୟାଙ୍ଗଷ୍ଟାର, ବନ୍ଧୁକ ମୁନ ଲଗାଇ ଦାଦାବଟି ପାଇଁ ଧମକ !

କଟକ, (ଦୀପକ୍ କୁମାର ବେଉରା) :କଟକ ସହରରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗ୍ୟାଙ୍ଗଷ୍ଟାର ।ବନ୍ଧୁକ ମୁନରେ ଦାଦାବଟି ଆଦାୟ ପାଇଁ ଯୋଜନା । ଦାଦାବଟି ନଦେଲେ ଦୋକାନ ଉଡେଇବା ସହ ଜୀବନରୁ ମାରିବାକୁ ଦେଉଛନ୍ତି ଧମକ । ଜେଲ ଭିତରେ ଥାଇ ମଧ୍ୟ ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରିତ କରୁଛନ୍ତି ଗ୍ୟାଙ୍ଗଷ୍ଟାର ।ସିଲଭର୍ ସିଟିର କଣ୍ଟେନମେଣ୍ଟ ଅଂଚଳରୁ ଆସିଛି ଏପରି ସଙ୍ଗୀନ୍ ଅଭିଯୋଗ । ଆଗକୁ ପାର୍ବଣ ଥିବାରୁ ଏବେଠୁ ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି।୮ ଦିନ ମଧ୍ୟରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ଦାଦାବଟି ଜୁଲମର ଅଭିଯୋଗ ଦାଖଲ ହୋଇଛି। ଜେଲ୍ ରେ ଥାଇବି ବେଧଡକ ଭାବରେ କଳା ସାମ୍ରାଜ୍ୟର କଳଙ୍କିତ କାରବାର ଚଳାଇଛନ୍ତି ଗ୍ୟାଙ୍ଗଷ୍ଟାର । ଗତ ୧୩ ତାରିଖ ଦିନ ସକିଲ୍ ଗ୍ୟାଙ୍ଗ୍ର ସହଯୋଗୀ ବକ୍ସିବଜାରର ପେନସନ୍ ଲେନ୍ ରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ବାବୁ ଇଲୋକ୍ଟ୍ରୋନିକ୍ସ ଦୋକାନକୁ ଯାଇ ମାଲିକ ବିର୍ ମହମଦ୍ କୁ ବନ୍ଧୁକ ମୁନରେ ଧମକ୍ ଦେଇଥିଲେ। ଏ ନେଇ ୧୬ ତାରିଖ ଦିନ ଏତେଲା ପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ ।ଆଜି ପୋଲିସ୍ ସକିଲ୍ ଗ୍ୟାଙ୍ଗ୍ ର ୪ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ପିଣ୍ଟୁ ଓରଫ୍ ଇଲିଆସ୍ ଦିଲ୍ ମହମ୍ହଦ୍ ଆସିଫ୍ , ଚିକୁ ଓରଫ୍ ଇଲିଆସ୍ ଦିଲ୍ ନମାଜ୍ , ମୁନ୍ନା ଓରଫ୍ ଇଲିଆସ୍ ରେହମାନ୍ ଏବଂ ମହମ୍ମଦ୍ ଜାବେଦ୍ କୁ ଗିରଫ କରି କୋର୍ଟ ଚାଲାଣ କରିବା ସୂଚନା ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ