ପୁଣି ଚାଲିବ ପୁରୀ-ଦୁର୍ଗ ,ଭୁବନେଶ୍ୱର-ନୟାଗଡ଼ ଟ୍ରେନ

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ଯାତ୍ରୀମାନଙ୍କ ସୁବିଧା ପାଇଁ, ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସ୍ପେଶାଲର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ୨୧ ଅଗଷ୍ଟ ଠାରୁ ଏବଂ ଦୁର୍ଗ ରୁ ୨୨ ଅଗଷ୍ଟ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍‌-ଭୁବନେଶ୍ୱର ସ୍ପେଶାଲ୍ ୩୧ ଅଗଷ୍ଟ, ଠାରୁ ଭୁବନେଶ୍ୱରରୁ ଏବଂ ସେପ୍େଟମ୍ବର ମାସ ପହିଲା ଠାରୁ ନୟାଗଡ଼ ଟାଉନ୍ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ଦ୍ୱୟ ପାଇଁ ନିର୍ଧାରିତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତିତ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ