ପୁଣି ଜମି ଜବରଦଖଲ ଅଭିଯୋଗ ନେଇ ଚର୍ଚ୍ଚାରେ ଅଛନ୍ତି ପୋଲିସ ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତିର ୩ୟ ଏସ୍ଏସ୍ ବାଟାଲିୟନ କମାଣ୍ଡେଣ୍ଡ ଜୁରିଆ ବେହେରାଙ୍କ ପୁଣି ଜମି ଜବରଦଖଲ ଅଭିଯୋଗ ନେଇ ଚର୍ଚ୍ଚାରେ ଅଛନ୍ତି । ପୁର୍ବରୁ ଗଜପତି ମହାରାଜାଙ୍କ ଜମି ଜବରଦଖଲ କରି ହଟହଟା ହେବା ସହ ଜିଲ୍ଲା ବାସୀଙ୍କ ନିନ୍ଦାର ଶିକାର ହୋଇଥିଲେ , ତଥାପି ଛାଡିନି ତାଙ୍କର ଜମି ମୋହ । ଜଙ୍ଗଲ ଜମି ଜବରଦଖଲ କରି ପୁଣି ଫସିଛନ୍ତି ଜଙ୍ଗଲ ବିଭାଗର ହାତରେ । ଜେସିବି ଲଗାଇ ପାହାଡ଼ ଖୋଳି ଗଛ କାଟି ଜମି ସମତଳ କରିବା ସହ ଜଙ୍ଗଲ କାଟି ରାସ୍ତା ନିର୍ମାଣ କରୁଥିଲେ ଅଧିକାରୀ ଜଣଙ୍କ। ଖବରପାଇ ଜଙ୍ଗଲ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ଗାଡ଼ି ଜବତ କରିବା ସହ ଦୁଇ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବନ ବିଭାଗ। କରାଯାଇଥିବା ଜଙ୍ଗଲ ମଧ୍ୟରେ ଶିଶୁଆ, ଚନ୍ଦନ, ଶାଳ, ଶାଗୁଆନ ଆଦି ମୁଲ୍ୟବାନ ଗଛ ରହିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ଉପଲଡା ରାଜସ୍ଵ ଅଧିକାରୀ ଦଳବଳ ପହଞ୍ଚି ଜଙ୍ଗଲ ଜମିର ସୀମା ଚିହ୍ନଟ କରିଛନ୍ତି।  ଅଡୁଆରେ ପଡି ପୋଲିସ ବାବୁ ଜୁରିଆ ବେହେରା ଦୈାଡି ଯାଇ ଆତ୍ମଗୋପନ କରିଥିବା ଦେଖିବାକୁ ମିଳିଛି। ବିଳମ୍ବିତ ସମୟ ପର୍ଯ୍ୟନ୍ତ ବନ କର୍ମଚାରୀ ସମ୍ପୃକ୍ତ ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଉଭୟ ବିଭାଗର ଅଧିକାରୀ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି । ଅନ୍ୟପକ୍ଷରେ କମାଣ୍ଡେଣ୍ଟ ଶ୍ରୀ ବେହେରାସେ ଏ ନେଇ କୌଣସି ସ୍ପଷ୍ଟି କରଣ ଦେଉ ନଥିବା ବେଳେ ଅନ୍ୟକଣ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ