ପୁଣି ଜିତିଲେ ପର୍ଶୁରାମ ଦୁଇରେ ବିଜେପି, ତିନିକୁ ଖସିଲା କଂଗ୍ରେସ୍

ସୋର(ଜୁଗାବ୍ଦ ନ୍ୟୁଜ୍‍): ସୋରରେ ବିଜୁ ଜନତା ଦଳର ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କର ପୁନର୍ବିଜୟ ହୋଇଛି । ଦେଶରେ ମୋଦିଙ୍କ ନାରା ବିଜେଡିକୁ ପରାଜିତ କରିବାରେ ଅକ୍ଷମ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରେ ଓଡ଼ିଶାର ଜନସାଧାରଣ ଜନମତକୁ ଅଜାଡ଼ି ଦେଇଛନ୍ତି । କେବଳ କଥାନୁହେଁ କାମରେ ଓଡ଼ିଶା ସରକାର ପ୍ରତିବଦ୍ଧତା । ବାଲେଶ୍ୱର ଜିଲା ସୋର ନିର୍ବାଚନମଣ୍ଡଳୀରେ ପର୍ଶୁରାମ ଧଡ଼ା ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ସହିତ ଲୋକମାନଙ୍କ ନିକଟତର ହୋଇପାରିଥିଲେ । ଶ୍ରୀ ଧଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ ସୋରବାସୀଙ୍କ ଭଲପାଇବା ସହ ଏହି ବିଜୟ ଧର୍ମର ବିଜୟ । ସୋରର ବିକାଶକୁ ନିଶ୍ଚିତ ଭାବରେ ଆଗେଇବାରେ ମୋର ପ୍ରୟାସ ଜାରି ରଖିବି । ଶ୍ରୀ ଧଡ଼ା ୫୪୪୦୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ରାକେଶ ମଲିକ ୪୯୬୧୨ ଖଣ୍ଡ ଭୋଟ୍ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କଂଗ୍ରେସ ମାତ୍ର ୪୭୦୬୫ ଖଣ୍ଡ ଭୋଟ୍ ପାଇ ତିନି ନମ୍ବରକୁ ଖସିଯାଇଛି । ବିଜେଡିର ଶ୍ରୀ ଧଡ଼ା ୪୯୩୬ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି । ବିଜେପି ଓ କଂଗ୍ରେସର ଓଭର କନ୍ଫିଡେନ୍ସ ପରାଜୟର କାରଣ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଜେଡିର ଅଣ୍ଡର କରେଣ୍ଟ ଭଲ ଭାବରେ କାମ କରିଥିବା ଦେଖିବାକୁ ମିଳିଛି । ଏହି ଖୁସିରେ ସୋର ବିଜେଡିର କର୍ମୀ ଏବଂ ସମର୍ଥକମାନେ ବିଧାୟକ ଶ୍ରୀ ଧଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ