ପୁଣି ଦିଲ୍ଲୀର ଏକ କାରଖାନାରେ ନିଆଁ, ୧୪ ଆହତ
ନୂଆଦିଲ୍ଲୀ : ଦିଲ୍ଲୀର ଉଦ୍ୟୋଗ ନଗରର ପୀରାଗଡି ଅଞ୍ଚଳରେ ଏକ କାରଖାନାରେ ନିଆଁ ଲାଗି ୧୪ ଜଣ ଆହତ ହୋଇଛନ୍ତି। ଗୁରୁବାର ଭୋର୍ ୪ଟାରେ ଏହି ନିଆଁ ଲାଗିଥିଲା। ନିଆଁ ଲିଭାଇବା ପାଇଁ ସେଠାରେ ୭ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ ହୋଇଥିବା ଏକ ବିସ୍ଫୋରଣରେ ସମ୍ପୃକ୍ତ କୋଠାଟି ଭୁଶୁଡି ପଡ଼ିଥିଲା। ଏଥିରେ କିଛି ଲୋକଙ୍କ ସହିତ ଅଗ୍ନିଶମ କର୍ମଚାରୀ ଫସିଯାଇଥିଲେ। ଏହି ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୧୪ ଜଣ ଆହତ ହୋଇଥିବାର ସୂଚନା ରହିଛି। ଏହି ଘଟଣାରେ ୩୫ଟି ଦମକଳ ଗାଡ଼ି ନିୟୋଜିତ ରହିଛି। ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ ଓ ଏନଡିଆରଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀରେ ଏକ ମାସ ମଧ୍ୟରେ ଏହା ତୃତୀୟ ଘଟଣା। ପ୍ରଥମେ ଦିଲ୍ଲୀର ଅନାଜ୍ ମଣ୍ଡିଠାରେ ନିଆଁ ଲାଗିଥିବାବେଳେ ଏଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ କିରାଡିଠାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୯ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି 7 ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ଆବାସରେ ନିଆଁ ଲାଗିଥିଲା।