ପୁଣି ନଳକୂପରୁ ପାଣି ବୋହିଲେ ଛାତ୍ରୀ : ବ୍ଲକ ପ୍ରଶାସନ ଚୁପ
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । କସ୍ତୁରବା ଗାନ୍ଧୀ ହଷ୍ଟେଲରେ ଦିର୍ଘ ବର୍ଷ ହେଲା ପାନୀୟ ଜଳର ଘୋର ଅଭାବ ରହିଛି । ଖରା ଦିନ ଆସିଲା ମାତ୍ରକେ ପିଲା ମାନେ ପାଣି ଟୋପେ ପାଇଁ ନଦୀ ଓ ୫ଶହ ମିଟର ନଳକୂପକୁ ଯାଇ ବାଲ୍ଟିରେ ପାଣି ବୋହି ଆଣୁଥିବା ଦେଖିବାକୁ ମିଳିଛି। ଦୁଇ ମାସ ପୂର୍ବରୁ ବ୍ଲକ ଅଧିକାରୀ ତାପସ୍ପିନି ହାଂସଦା ଓ ସରପଞ୍ଚଙ୍କୁ ହଷ୍ଟେଲ କତୃପକ୍ଷ ଏକ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ପାଣି ସୁବିଧା ଯୋଗାଇ ଜାଗାରେ ଦୁଇ ଦିନକୁ ଥରେ ଘରୋଇ ସଂଯୋଗ ଦିଆ ଯାଉଥିବା ପାଣି ପାଇପରୁ ଏକ ସଂଯୋଗ ଦିଆ ଗଲା । ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ । କିନ୍ତୁ ଜିଲ୍ଲାର ଅଧିକାରୀ କିମ୍ବା ବ୍ଲକ ଅଧିକାରୀ ମାନେ ଏହି ହଷ୍ଟେଲ ପ୍ରତି ଅବହେଳା କରୁଥିବା ପାଇଁ ବାରମ୍ବାର ଖରା ଦିନେ ପାଣି ପାଇଁ ଡହଳ ବିକଳ ହୁଅନ୍ତି ଛାତ୍ରୀ ମାନେ । ଏଭଳିକି ହଷ୍ଟେଲ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କୌଣସି କଥାକୁ ଗୁରୁତ୍ଵ ଦେଉ ନଥିବାରୁ ଏଭଳି ଖରା ଦିନେ ହିଁ ଛାତ୍ରୀଙ୍କ ଅସୁବିଧା ଦେଖିବାକୁ ମିଳୁଛି । ତୁରନ୍ତ ପାନୀୟ ଜଳ ଯୋଗାଣ ସୁବିଧା ନ କରାଗଲେ ଆଗାମୀ ଦିନରେ ଛାତ୍ରୀଙ୍କ କୌଣସି ପ୍ରକାର ଅସୁବିଧା ହେଲେ ପଦସ୍ଥ ଅଧିକାରୀ ମାନେ ଦାୟୀ ରହିବେ ବୋଲି ଅଭିବାଵକ ମାନେ କହିଛନ୍ତି ।


