ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା : ପରୀକ୍ଷା ଦେଲେ ୧୯୨୭ ଜଣ ଛାତ୍ରଛାତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ୧୧ ଟି କେନ୍ଦ୍ର ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି । ଛତ୍ରପୁର ବ୍ଲକରେ ମୋଟ ୨୦୩୪ ଜଣ ଛାତ୍ର ଛାତ୍ରୀ ମାନେ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୯୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ଓ ୧୦୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳ ସାଢେ ୭ ଟାରେ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା ।


