ପୁଣି ଫେରିଲା ବିଏସ୍ଏନ୍ଏଲର ୯୬ଟଙ୍କାର ପ୍ଲାନ୍, ମିଳିବ ଏତିକି ଦିନର ବୈଧତା

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନିମାନେ ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛନ୍ତି । ବିଶେଷ ଭାବେ ବିଏସ୍ଏନ୍ଏଲ୍ ପାର୍ବଣ ସମୟରେ କିଛି ଅଫର ନେଇ ଆସିଛି । ସରକାରୀ ଟେଲିକମ୍ କମ୍ପାନି ନିଜର ୯୬ଟଙ୍କାର ପ୍ଲାନକୁ ପୁଣି ଥରେ ଆଣିଛି । ବିଏସ୍ଏନ୍ଏଲ୍ ଏହି ପ୍ଲାନକୁ କିଛିଦିନ ତଳେ ପ୍ରମୋସନଲ ଅଫର ଜରିଆରେ ଲଞ୍ଚ୍ କରିଥିଲା । ପରେ ଏହି ପ୍ଲାନକୁ ବନ୍ଦ କରି ଦିଆଯାଇଥିଲା । ଯାହାକୁ କମ୍ପାନି ପୁଣିଥରେ ଆଣିଛି । ୯୬ଟଙ୍କାର ପ୍ରିପେଡ ପ୍ଲାନର ନାମ ପିଭି୯୬ ରଖାଯାଇଛି । ପିଭି୯୬କୁ ପୁଣିଥରେ ପ୍ରମୋସନାଲ ଭାବେ ୯୦ଦିନ ପାଇଁ ଲଞ୍ଚ୍ କରାଯାଇଛି । ଗ୍ରାହକ ଏହି ପ୍ଲାନର ଲାଭ ୨୦୧୯ ଅକ୍ଟାବର ୫ରୁ ଉଠାଇ ପାରିବେ । ଏହି ପ୍ଲାନର ଭେଲିଡିଟି ୧୮୦ଦିନ ରହିଛି । ଏହି ଅବଧି ମଧ୍ୟରେ ଗ୍ରାହକଙ୍କୁ କୌଣସି ବି ନେଟୱାର୍କରେ ୨୫୦ ମିନିଟର କଲିଂ ଓ ନ୍ୟାସନାଲ ରୋମିଂ ସୁବିଧା ମିଳିବ । କଲିଂର ଫାଇଦା ବ୍ୟତୀତ ଗ୍ରାହକ ପ୍ରତିଦିନ ୧୦୦ଟି ଏସ୍ଏମ୍ଏସର ଫାଇଦା ଉଠାଇ ପାରିବେ । ୯୬ଟଙ୍କାର ପ୍ଲାନକୁ ପୁଣିଥିରେ ଲଞ୍ଚ କରିବା ବ୍ୟତୀତ କମ୍ପାନି ଏସଟିଭି ୧୮ ଓ ପିଭି୧୫୩ ପ୍ଲାନରେ ବି ପରିବର୍ତ୍ତନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ