ପୁଣି ବାତିଲ୍‌ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ବର : ମହାବାତ୍ୟା ‘ଅମ୍ଫାନ୍‌’ ପାଇଁ ପୁଣି ବାତିଲ୍‌ ହୋଇଛି ମାଟ୍ରିକ୍‌ ଖାତା ଦେଖା । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏ ନେଇ ସୂଚନା ଦେଇଛନ୍ତି । ୨୧ ତାରିଖରୁ ଆରମ୍ଭ ହେବାର ଥିଲା ମାଟ୍ରିକ୍‌ ଖାତା ଦେଖା । ୨୧ରୁ ଖାତା ଦେଖା ନେଇ ସୋମବାର ବୈଠକରେ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ମଧ୍ୟ ୨୦ରୁ ଖାତା ଦେଖା ନେଇ ଥରେ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ସୋମବାର ଅନୁଷ୍ଠିତ ବୈଠକରେ ମାଟ୍ରିକ୍‌ ପରୀକ୍ଷା ଖାତା ୨୧ ତାରିଖରୁ ଦେଖା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୧୦ କିଲୋମିଟର ଦୂର ଭିତରେ ପରୀକ୍ଷା ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ଦିଆଯାଇଥିଲା । ଚଳିତ ଥର ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ ବୋଲି ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ