ପୁଣି ସକ୍ରିୟ ମାଓବାଦୀ

ଫୁଲବାଣୀ: କିଛିଦିନର ନିରବତାପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲାରେ ସକ୍ରିୟ ହୋଇଥିବାର ଖବର ଏବେ ସାମ୍ନକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଅଞ୍ଚଳରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏସ୍ଓଜି କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିବାର ଖବର ମିଳିଛି । ଏଥିରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଥିବା ବେଳେ ମାଓବାଦୀମାନଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଏହି କମ୍ବିଂ ସମୟରେ କେତେକ ମାଓ ଶିବିର ସ୍ବଂସ ହୋଇଥିବାର ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ