ପୁଣି ୧୪କୋଟି ଟଙ୍କାର ଗଂଜେଇ ଗଛକୁ ପୋଡାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବା ଗ୍ରାମ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ୧୪କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଂଜେଇ ଗଛକୁ ପୋଡି ଦିଆଯାଇଛି । ଏଠାରେ ଏହି ଗଂଜେଇ ଚାଷ ପ୍ରାୟ ୭୨ଏକର ଜମିରେ ଚୋରାରେ ଚାଷ କରାଯାଇଥିଲା । ଏଥିରେ ଲକ୍ଷାଧିକ ଗଞ୍ଜେଇ ଗଛ ରହିଥିଲା ଏହାର ମୁଲ୍ୟ ୧୪ କୋଟି ୭ଲ କ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଏ ସମ୍ପର୍କରେ ମୋହନା ଥାନାରେ ୨୨୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ମୋହନା ଥାନାଅଧିକାରୀ ସୂଜିତ ନାୟକଙ୍କ ସୂତ୍ରରୁ ପ୍ରକାଶ । ଏହି ଚଢାଉ ଜିଲାପାଳ ଅନୁପମ ସାହା, ଏସପି. ସାରା ଶର୍ମା ଓ ଆବକାରୀ ଅଧିକ୍ଷକ ପ୍ରଦିପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଜଣାପଡିଛି । ପ୍ରତିଷ୍ଠିତ ଫୋବର୍ସ ମ୍ୟାଗାଜିନ ପକ୍ଷରୁ ଭାରତର ଶ୍ରେଷ୍ଠ ୧୦୦ ଜଣ ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଏହି ତାଲିକାର ଶ୍ରେଷ୍ଠରେ ଥିଲେ ବଲିଉଡ୍ ଭାଇଜାନ ସଲମାନ ଖାନ୍। ହେଲେ ଚଳିତ ବର୍ଷ ସଲମାନ୍ଙ୍କୁ ପଛରେ ପକାଇଛନ୍ତି ଖିଲାଡି ଅକ୍ଷୟ କୁମାର।


