ପୁଣି ୨୫ ଟଙ୍କା ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ଗ୍ୟାସ ଦର । ଏଲପିଜି ସିଲିଣ୍ଡର ପିଛା ବଢିଲା ୨୫ ଟଙ୍କା । ତେବେ ଗ୍ୟାସ ଦର ୧୫ ଦିନକରେ ୫୦ ଟଙ୍କା ବଢିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି । ରାଷ୍ଟ୍ରାୟତ ତୈଳ କମ୍ପାନିମାନେ ଧାର୍ଯ୍ୟ କରିଥିବା ଉପରୋକ୍ତ ବର୍ଦ୍ଧିତ ମୂଲ୍ୟ ହିସାବରେ, ସମ୍ପ୍ରତି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଗୋଟିଏ ୧୪.୨ କି.ଗ୍ରା. ଅଣ-ରିହାତି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ଏବେ ୮୮୪.୫୦ ଟଙ୍କା ପଡ଼ିବ । ସେହି ଅନୁସାରେ, କୋଲ୍‌କାତାରେ ଉକ୍ତ ସିଲିଣ୍ଡର୍‌ର ମୂଲ୍ୟ ହେବ ୯୧୧ ଟଙ୍କା । ଅଗଷ୍ଟ ୧୭ ତାରିଖରେ ଅଣ-ରିହାତି ‘ଏଲ୍‌ପିଜି ସିଲିଣ୍ଡର୍‌’ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ପୂର୍ବରୁ ଜୁଲାଇ ପହିଲାରେ ମଧ୍ୟ ‘ଏଲ୍‌ପିଜି ସିଲିଣ୍ଡର୍‌’ର ଦର ଟ. ୨୫.୫୦ ବୃଦ୍ଧି ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ