ପୁଣି ୩୨ ଶିକ୍ଷୟିତ୍ରୀଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଲକ୍ଡାଉନ ପରେ ସମସ୍ତ ବିଦ୍ୟାଳୟ ସମେତ ଅଙ୍ଗନାୱାଡ଼ିକେନ୍ଦ୍ର, କଲେଜ ଆଦିକୁ ସରକାର ଛୁଟି ଘୋଷଣା କରିଥିଲେ। ମାତ୍ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ହେଡକ୍ୱାଟରରେ ରହିବାକୁ ନିର୍ଦ୍ଦେଶ ରହିଥିଲା। ଏହାକୁ ଅବମାନନା କରି ଦାରିଙ୍ଗବାଡିରେ ଚାକିରି କରିଥିବା ଗଞ୍ଜାମ, ଖୋର୍ଦ୍ଦା, ନୟାଗଡ ଆଦି ଜିଲାର ଶିକ୍ଷୟିତ୍ରୀ ଶିକ୍ଷକମାନେ ଘରକୁ ପଳାଇଥିଲେ। ଶତାଧିକ ଶିକ୍ଷକ ପଳାଇଥିଲେ ମଧ୍ୟ ମାତ୍ର ୮୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ଏନେଇ ବିବାଦ ହେବାରୁ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କ ନିକଟରେ ମଧ୍ୟ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା। ଏବେ ବିଇଓ ବ୍ରହ୍ମାନନ୍ଦ ରାଉତ ପୁଣି ବଳକା ୩୨ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନୋଟିସ ଜାରୀ କରିଛନ୍ତି।


