ଜିଲା ଉପଖଣ୍ଡରେ ସବୁଠି ସାମାଜିକ ଦୂରତାକୁ ବେଖାତିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ ମାଡ଼ି ଚାଲିଛି କରୋନା। ତଥାପି ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ସ୍ଥିତି। ପରିବା ବଜାର, ତେଜରାତି ଦୋକାନ, ଆମିଷ ଦୋକାନଗୁଡ଼ିକରେ ଲୋକେ ଦୂରତା ରଖୁ ନ ଥିବାବେଳେ ସରକାରୀ ରାଶନ ନେବା ସମୟରେ ମଧ୍ୟ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇଥିବା ନଜରକୁ ଆସିଛି। ପ୍ରତ୍ୟେକ ଦୋକାନରେ ଗୋଟିଏ ସ୍ଥାନରେ ଲୋକେ ଜମା ହୋଇଥିବାବେଳେ ଅନେକ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରଶାସନ ପକ୍ଷରୁ ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବାବେଳେ ସବୁଠି ସାମାଜିକ ଦୂରତାକୁ ଅଣଦେଖା କରାଯାଉଥିବା ଦେଖାଯାଇଛି। ଏହାଦ୍ୱାରା କରୋନା ବ୍ୟାପିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ