ପୁଣି ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗାଈ ମୃତ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା କିଛି ଦିନ ତଳେ କାଜୁ ଗୁଟାଇବାକୁ ଯାଇ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବିଦ୍ୟୁତ ତାର ଲାଗି ମୃତ ଘଟିଥିଲା ତା ସତ୍ତ୍ୱେ ବି ଅଡବା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ନିଦ ଭାଙ୍ଗୁନି । ଫଳରେ ସୋମବାର ଦିନ ଦୁଇ ଗାଈ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ ଘଟିଛି । ଘଟଣାରୁ ପ୍ରକାଶ, ଅଡବା ଠାରୁ ବ୍ରାହ୍ମଣଗାଁକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ତାର ରାସ୍ତା ପାଶ୍ୱରେ ଅତି ପାଖରେ ଯାଇଛି ସମବାର ଦିନ ସକାଳୁ ଗାଈ ଗୁରୁ ଚାରିବାକୁ ଯିବା ସମୟରେ ପାଣିଗଣ୍ଡା ଗାଁ ନିକଟରେ ତିନି ଫୁଟ ଉଚ୍ଚତା ରେ ଥିବା ୩୩କେଭି ବିଦ୍ୟୁତ ତାର ଲାଗି ସୁଦର୍ଶନ ଦଳାଇ ଓ ଦନାର୍ଦନ ଦଳାଇଙ୍କ ଦୁଇ ଗାଈ ମୃତ ଘଟିଛି । ଖବର ପାଇ ଗାଈ ମାଲିକ ଦେଖିବାକୁ ଯାଇଥିଲେ କିନ୍ତୁ ଭୟରେ ଉକ୍ତ ସ୍ଥାନକୁ ଯାଇ ପାରୁନାହାନ୍ତି । ଅନ୍ୟ ପଟେ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଯୋଗଯୋଗ କଲେ ବି କୌଣସି ଉତରମିଳୁନି । ପ୍ରାୟ୮ଘଣ୍ଟା ବିଦ୍ୟୁତ କାଟ ରହିଥିଲା ଗ୍ରାମବାସୀଙ୍କ କଇବାପ୍ରକାରେ ଅନେକ ସମୟରେ ଏଭଳି ଘଟଣା ଘଟୁଛି ବିଦ୍ୟୁତ କିନ୍ତୁ ବିଦ୍ୟୁତବିଭାଗର ଦେଖା ମିଳୁନି, ଜାହାରି ଫଳରେ ଗାଈ ଜାହାରି ଫଳରେ ଗାଈ ଯୋଗୁୁ ସହିତ ମଣିଷଙ୍କର ମୂଲ୍ୟବାନ ଜୀବନ ମଧ୍ୟ ମାରିସଡ଼ି ଗଲେ ବି ଉଦ୍ଧାର ହେଉନି ତେଣୁ ଦୁଇ ଗାଈ ମୃତ ଘଟିଥିବା ମାଲିକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ଯନ୍ତ୍ରୀ ଙ୍କଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।