ପୁଣି ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ

ଭୁବନେଶ୍ବର : ପୁଣି ସମ୍ବଲପୁର ଜିଲ୍ଲାର ବୁର୍ଲାର ଭିମସାରରେ ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଦୁଇଜଣ ପୁରୁଷ ଏବଂ ୨ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ଦୁଇଜଣ ପୁରୁଷଙ୍କର ବୟସ ଯଥାକ୍ରମେ ୨୮ ଓ ୩୦ ବର୍ଷ। ଅପରପକ୍ଷରେ ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ଯଥାକ୍ରମେ ୩୭ ଓ ୩୫ ବର୍ଷ । ଏହାଫଳରେ ଭିମସାରରେ ଏଯାବତ୍ ମୋଟ ୧୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଚିକିତ୍ସା ସୁବିଧା ଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି | ଏମାନଙ୍କର ଯୋଗାଯୋଗ ଅନୁସନ୍ଧାନ ଚାଲିଛି ବୋଲି ଜଣାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ