କୋଇଲା ବୋଝେଇ ଟ୍ରକ୍ ଉପରେ ଚଢି ଗଲା ମାଲବାହୀ ଟ୍ରେନ

ପାରାଦୀପ, (ପିତବାସ ପ୍ରଧାନ):ହଠାତ୍ ରେଳ ଲାଇନ୍ ପାର ହେଉଥିବା ବେଳେ ଓଆର ୦୪ କେ ୬୯୪୭ ନଂମ୍ବର କୋଇଲା ବୋଝେଇ ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ। ବନ୍ଦର ନିଷିଦ୍ଧାଞ୍ଚଳ JSW ସାଇଟ୍ ଏଲ ଆଣ୍ଡ ଟି କ୍ୟାଣ୍ଟିନ ପାଖରେ ଘଟିଛି ଏଭଳି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଟ୍ରକର ଡାଲା ଉପରେ ଟ୍ରେନର ଗୋଟିଏ ଡବା ଚଢି ଯାଇଥିବା ବେଳେ ଟ୍ରକ ଟି ପୁରା ଚାପି ହୋଇ ରହିବାର ଦେଖାଯାଉଛି।  ସିଗନାଲ୍ ମ୍ୟାନ ନ ଥାଇ ଟ୍ରେନଟି ପଛକୁ ଫେରୁଥିଲା। ରାସ୍ତା ଜାମ୍ ଥିବାରୁ ଟ୍ରକ୍ ଟି ଅବାଟରେ ରେଳ ଲାଇନ୍ ପାର ହେଉ ଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡିଛି। ସୌଭାଗ୍ୟ ବଶତଃ ଟ୍ରକ୍ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ