ପୁତୁରା ର ତିରମାଡ଼ ରେ ବଡବାପା ଗୁରୁତର

ଆନନ୍ଦପୁର,(ଓ୍ବାଇଏନ୍ଏସ୍): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରା ର ତିରମାଡ଼ ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାଇକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତିରମାଡ଼କରିଥିଲା। ତିର ଟି ମୁରଲୀ ଙ୍କ ପେଟରେ ସମ୍ପୂର୍ଣ୍ଣ ରୂପେ ଗଳି ଯାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି। ତିରମାଡ଼ ର କାରଣ ଅସ୍ପଷ୍ଟ ଥିବା ବେଳେ ପୁତୁରା ବୋଧିଅ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ