ପୁନରୁଦ୍ଧାର ହେବ କମାରଯୋଡା ପୋଖରୀ , ବ୍ୟୟ ହେବ ୬ କୋଟି

ଯୋଡ଼ା(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଂଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଡା ସହରାଚଂଳର କମାରଯୋଡାଠାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରକାଶଯୋଗ୍ୟକି, ପ୍ରାୟ ୧୬ ଏକର ପରିମିତ ଏହି ପୋଖରିଟି ୫୫ ବର୍ଷରୁ ଉଦ୍ଧ ହେବ ରହିଅଛି । ଏହା ଉପରେ ସହରର ୭ ହଜାରରୁ ଅଧିକ ଲୋକ ନିର୍ଭରଶୀଳ । ଏହି ପୋଖରୀର କେତେକ ସ୍ଥାନରେ ପ୍ରାକୃତିକ ଜଳସ୍ରୋତର ଝର ରହିଛି । ପୋଖରୀ ରେ ଜଳ ପୁରିଗଲେ ଏହାର ଜଳ ଏକ ଗେଟ୍ ଦେଇ ନାଳ ରୂପରେ ପ୍ରଭାହିତ ହୋଇ ଏହାର ଜଳ ସହରର ୬, ୮ ଓ ୯ ନଂ ଓାର୍ଡରେ ଜଳ ଅଭାବକୁ ଦୂର କରୁଥିଲା । ଏହି ନାଳ ଉପରେ ଭରସା କରି ପୂର୍ବେ ଭୂୟାଁ ବସ୍ତିର ଲୋକମାନେ ଧାନ ଚାଷ, ପରିବା ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ । ଏହି ପୋଖରୀ ନିକଟକୁ ଲାଗି ବାଂଶପାଣି ରେଳ ସାଇଡିଂ ରହିଛି । ଏହି ରେଳ ସାଇଡିଂରେ ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡ ଗଛିତ ହୋଇ ରହୁଥିଲା । ଫଳରେ ବର୍ଷା ଦିନରେ ଏହି ଲୁହାପଥର ଗୁଣ୍ଡ ଧୋଇ ହୋଇ ପୋଖରୀରେ ମିଶି ଏହାକୁ ସଂକୁଚିତ କରିଦେଇଛି । ପ୍ରାକୃତିକ ଝରରୁ ପଙ୍କ ଉଦ୍ଧାର ନହେବାରୁ ଝରସ୍ରୋତ ଧୀରେ ଧୀରେ କମିବାରେ ଲାଗିଲା ଓ ପ୍ରବାହିତ ନାଳ ଶୁଷ୍କ ହେଲା । ପୋଖରୀର ପାଣି ନିଷ୍କାସିତ ନହୋଇ ପଙ୍କ ଜମି ଧୀରେ ଧୀରେ ଏହା ଦୂଷିତ ହେଲା । ଏହା ସହିତ ସ୍ଥାନୀୟ ଲୋକେ ଗାଧୋଇବା, ଲୁଗାସଫା ,ଏବଂ ପଶୁପକ୍ଷୀମାନଙ୍କ ଦ୍ୱାରା ପୋଖରୀର ଜଳ ଦୂଷିତ ହେଲା । ଫଳରେ ପୋଖରୀର ଜଳ ବ୍ୟବହାର ଅନୁପଯୋଗୀ ହେଲା । ସ୍ଥାନୀୟ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷରୁ ପୌରପାଳିକାକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଗୃହ କମିଟି , ସହରାଚଂଳ ଉନ୍ନୟନ ବିଭାଗ ଓ ଓଡିଶା ମାଇନିଂ ବିୟରିଂ ଏରିଆ ଡେଭେଲବମେନ୍ଟ ସୋସାଇଟ୍‌(ଓମ୍ବାଡିସି) ଅନୁଦାନରୁ ୬.୩୧ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକାକୁ ନିର୍ଦ୍ଦେଶ ହୋଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହାକୁ ଇ ଟେଣ୍ଡର ମାଧ୍ୟମରେ ୧୧ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ