ପୁନେରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଛତ୍ରପତି ମହାରାଜ ଶିବାଜୀ ମହାରାଜାଙ୍କ ଜନ୍ମ ତିଥି ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରକ୍ତ ଦାନ ମହାପୂଣ୍ୟ , ଏହି ମହତ ଦାନ ସମାଜ ପ୍ରତି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଓ ଅତୁଳନୀୟ ଅବଦାନ । ବିନ୍ଦୁଏ ରକ୍ତର ଦାନ ଅନ୍ୟକାହାର ଜୀବନ ବଞ୍ଚାଇପାରେ । ଏହି ପରିପ୍ରେକ୍ଷିରେ ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱାଧୀନ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ଯରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମତିଥି ପାଳନ ଅବସରରେ ମ ମହାରାଷ୍ଟ୍ରର ପୁନେ ଜିଲ୍ଲା ଅନ୍ତର୍ଗତ ଶିକ୍ରାପୁର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ୩୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା I ଅନୁଷ୍ଠାନ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ରାମଦାସ୍ ସାସ୍ୱଡେ,ସମାଜସେବୀ ତଥା ୟସକୀର୍ତ୍ତି ଫାଉଣ୍ଡେସନ ଅଧ୍ୟକ୍ଷା ମଙ୍ଗଳା ସାସ୍ୱଡେ ଓ କେ.ଇ.ଏମ୍. ବ୍ଲଡ୍ ବ୍ୟାଙ୍କର କର୍ତ୍ତୁପକ୍ଷ ଉଦଘାଟନ କରିଥିଲେ । ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ସାଫଲ୍ୟମଣ୍ଡିତ କରିବା ସହ ଶିବାଜୀ ମହାରାଜଙ୍କ ମୂଳମନ୍ତ୍ର- ଏକତ୍ରିତ ଭାବେ ସଂଗଠିତ ହୋଇ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଓ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଏକତାବଦ୍ଧ ହୋଇ ଅଗ୍ରସର ହେବାର ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ସଦସ୍ୟ ଆନନ୍ଦ ମହାପାତ୍ର, ସୋରଜ ରାଉଳ, ଦେବୀପ୍ରସାଦ ମହାନ୍ତି, ସତ୍ୟପ୍ରକାଶ ଦାସ୍ ଓ ଗଣେଶ ମହାନ୍ତି,ଅଭିଜିତ ଦାସ୍ ଓ ନବୀନ ନାୟକ ପ୍ରମୁଖ ସହୋଯଗ କରିଥିଲେ । ପ୍ରତ୍ୟେକ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ପରିଶେଷରେ ଗଣେଶ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ