ପୁରାତନ ଛାତ୍ର ପରିଷଦର ଦ୍ୱିତୀୟ ସମାବର୍ତନ ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ପରିଷଦର ଦ୍ୱିତୀୟ ସମାବର୍ତନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡଃ. ଅଭୟ କୁମାର ମଲ୍ଲିକ ଯୋଗ ଦେଇ ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତିର ପରିଚାୟକ ବୋଲି କହିଥିଲେ । ତାଙ୍କ ସହିତ ସମାଜସେବୀ ସଂଜୟ କୁମାର ସାହାଣୀ,ମୁଖ୍ୟବକ୍ତା ଭାବେ ବିଚିତ୍ର କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ନିରଞ୍ଜନ ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ନାୟକ, ଶାଳିଜଙ୍ଗା ସଂଙ୍କୁଳ ସଂଯୋଜକ ବାବୁରାମ ବାରିକ ,ପୁରାତନ ଛାତ୍ର ପରିଷଦର ସଭାପତି ଦେବପ୍ରସାଦ ସ୍ୱାଇଁ, ସମ୍ପାଦକ ପ୍ରସନ୍ନଜିତ୍ ସାହୁ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ର ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାବର୍ତନ ଉତ୍ସବରେ ସର୍ବ ପ୍ରଥମେ ବିଦ୍ୟାଳୟ ପରିସରରେ ବିଭିନ୍ନ ଓøଷଧିୟ ଚାରାରୋପଣ କରାଯାଇଥିଲା । ପରେ ବିଦ୍ୟାଳୟରୁ କୃତୀ ପୁରାତନ ଛାତ୍ରଛାତ୍ରୀ ଏନ୍ଏମ୍ ଅମ୍ଲାନ, ପ୍ରତିକ୍ଷା ପ୍ରିୟଦର୍ଶିନୀ, ଶୁଭ୍ରା ଶେଫାଳିକା ପରିଡା, ରୁଦ୍ର ନାରାୟଣ ଦାସ, ଚେତାଂଶୁ ମିଶ୍ର, ସ୍ଥିତିପ୍ରଜ୍ଞା ପାଢୀ, ତ୍ରିଲୋଚନ ନାୟକ ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର କାର୍ଯ୍ୟକାରୀ ସଭାପତି ପୃଥିରାଜ ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀବତ୍ସ କୁମାର ଲେଙ୍କା, ଚିରଞ୍ଜିବ୍ ମହାରଣା, ଅନିକେତ ଦାସ, ସାନିଧ୍ୟ ପ୍ରସାଦ ଦାସ, ଉପାସନା ନାୟକ, ରୋହିତ ଗୁରୁଜୀ, ନୃସିଂହ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ବାବାଜୀ ଗୁରୁଜୀ, ରାଜୁ ଗୁରୁଜୀ, ଜ୍ୟୋତିଷ ଗୁରୁଜୀ, କୈଳାଶ ଗୁରୁଜୀ, ସ୍ମୀତା ଗୁରୁମା, ସୀତା ଗୁରୁମା, ଉଷା ଗୁରୁମା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।


