ପୁରାତନ ଛାତ୍ର ସଂସଦ ସାଧାରଣ ବୈଠକ–ହୀରକ ଜୟନ୍ତୀ ପାଇଁ ପ୍ରସ୍ତାବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ନୋଡାଲ୍ ଉଚ୍ଚ ବିଦ୍ଯାପୀଠର ପୂରାତନ ଛାତ୍ର ସଂସଦର ଏକ ସାଧାରଣ ବୈଠକ ସଭାପତି ଗଦାଧର ରାଉଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ବତନ ଶିକ୍ଷକ ବୃନ୍ଦ ଶଶୀ ଭୂଷଣ ପାତ୍ର, ସୀମାଞ୍ଚଳ ସାସମଲ,ଅରୁଣ ଚାନ୍ଦ ଦାଶ, ଜଟେଶ୍ବର ପ୍ରଧାନ, ତ୍ରୀନାଥ ବ୍ରହ୍ମା ଯୋଗଦେଇ ବିଦ୍ୟାଳୟ ସହିତ ସେମାନଙ୍କ ର ଅନୁଭୂତି ବର୍ଣ୍ଣନା କରିଥିଲେ।ସଂପାଦକ ତଥା ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବିବରଣୀ ପ୍ରଦାନ କରି ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ଏହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା ।ବିଦ୍ୟାଳୟର ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ତ୍ରିପାଠୀ ଉପସ୍ଥିତ ରହି ବିଦ୍ୟାଳୟର ବର୍ତ୍ତମାନର ସ୍ଥିତ,୫ ଟି ରେ ବିଦ୍ୟାଳୟର ଉନ୍ନତିକରଣ ଉପରେ ବକ୍ତବ୍ଯ ରଖିଥିଲେ ।ପୂର୍ବତନ ସରପଞ୍ଚ ତଥା ସଂସଦର କାର୍ଯ୍ଯକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ ବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଗୁଣାତ୍ମକ ହେବା ଉପରେ ଗୁରୁତ୍ୱ ଦେଇ ଏ ଦିଗରେ ପ୍ରଧାନ ଶିକ୍ଷକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ ।ଆଗାମୀ ଦିନରେ ହେବାକୁ ଥିବା ହୀରକ ଜୟନ୍ତୀ ପାଳନ କରିବା ପାଇଁ ସମସ୍ତ ପୁରାତନ ଛାତ୍ର ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ଶତପଥୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଇଂ ବିପ୍ରଚରଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ବିଷୋୟୀ, ଇଂପ୍ରଫୁଲ୍ଲ ଚନ୍ଦ୍ର ଦାଶ, ବିଜୟ କୁମାର ରଥ, ତ୍ରିପତି ପ୍ରଧାନ,ଅନିଲ କୁମାର ବିଷୋୟୀ ,ହରିହର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।