ପୁରାତନ ନେତାଙ୍କୁ ଅଣଦେଖା ପ୍ରତିବାଦରେ ବିଜେପିରେ ସାମିଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ବିଜୁ ଜନତା ଦଳରେ ବହୁ ପୁରାତନ କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ଦଳ ଛାଡି ବିଜେପି ଦଳରେ କେତେକ କର୍ମୀ ଓ ନେତା ଯୋଗ ଦେଇଥିବା ସୁଚନା ମିଳିଛି । ସ୍ୱର୍ଗତ ବିଜୁ ବାବୁଙ୍କ ଅମଳରେ ଜନତା ଦଳରେ ଥାଇ ଗଜପତି ଜିଲ୍ଲାରେ ଜନତା ଦଳକୁ ସୁସଂଗଠିତ କରି ବିଭିନ୍ନ ନିର୍ବାଚନରେ ଦଳକୁ ସେହି ସମୟରେ ବିଜୟ କରିଥିବା ପ୍ରମୁଖ ନେତା ବିଶ୍ୱନାଥ ବିଶୋଇରତ୍ନ ବର୍ତ୍ତମାନ ଗଜପତି ଜିଲ୍ଲା ବିଜେଡି କର୍ମକର୍ତ୍ତା ଓ ନେତାଙ୍କ ଦାୟାତ୍ୱ ହୀନତା ଓ ଅଣ ଦେଖା ପ୍ରତିବାଦରେ ନିଜ ସମର୍ଥକଙ୍କ ସହ ବିଜେପି ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ସିମାଞ୍ଚଳ ଗୌଡ,ଦିଲେଶ୍ୱର ଗୌଡ, ଶସ୍ମିତା ମଲିକ ପ୍ରମୁଖ ନେତାଙ୍କ ସହ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳର ଏମାନଙ୍କ ବହୁ ସମର୍ଥକ ଆଜି ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ପାରଳାଖେମୁଣ୍ଡି ଠାରେ ଥିବା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ପାରଳାବିଧୋୟକ କେ.ନାରାୟଣ ରାଓ,ବିଜେପି ଗଜପତି ଜିଲ୍ଲା ପ୍ରହାରୀ ସରୋଜ ସାବତ ଏମାନଙ୍କୁ ସ୍ୱାଗତ ଜଣାଇ ଦଳରେ ସାମିଲ କରିଛନ୍ତି । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଏହି ନେତା ଓ କର୍ମାମାନଙ୍କ ଯୋଗୁଁ ଆଗାମୀ ପଞ୍ଚାୟତ ନିର୍ବାଚନ ବିଜେପି ଦଳକୁ ସୁଦୃଢ କରିବା ସହ ନିର୍ବାଚନରେ ବିଜୟ ହାସଲର ସଫଳ ହେବାରେ ସହାୟତା ହେବ ବୋଲି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓ,ବିଜେପି ଗଜପତି ଜିଲ୍ଲା ପ୍ରହାରୀ ସରୋଜ ସାବତ ଦୃଢତା ପ୍ରକାଶ କରିଛନ୍ତି ।


