ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ
ପୁରୀ : ପୁରୀରୁ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି। ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ କରାଯିବ। ତା’ ପରେ ଗଞ୍ଜାମ ,ଗଜପତି, ବଡ଼ମ୍ବା- ନରସିଂହପୁରରେ ହେବ। ଏହାସହ ସରକାର ମଗାଇଥିବା ୫୦ ହଜାର କିଟ୍ ଆସିବା ପରେ ଆଣ୍ଟି ବଡି ଓ ଆଣ୍ଟିଜେନ୍ ଟେଷ୍ଟ କରାଯିବ। କେତେ ଜଣଙ୍କ ପାଖରେ ଆଣ୍ଟି ବଡି ଡେଭଲପ୍ ହୋଇଛି ନା ନାହିଁ ତାହା ଜଣାପଡିବ। ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହିତ ୨୨୮ ଟି ସାମ୍ପଲକୁ ନେଇ ଆମେ ପରୀକ୍ଷା କରାଯାଉଛି ବୋଲି ଆଏଲସି ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବି ଏହାର ନମୂନା ପରୀକ୍ଷା କରାଯାଇଛି। କେବଳ ଆନାଲିସିସ୍ ବାକି ଅଛି। ଜୁଲାଇ ମାସ ୧୦ ତାରିଖରୁ ଝାରସୁଗୁଡ଼ା, ଅନୁଗୁଳ, ପୁରୀ, କେନ୍ଦୁଝର ସମେତ ୫ ଟି ସ୍ଥାନରେ ପରୀକ୍ଷା ହେବ। ଏବେ ୫ ହଜାର ୫ ଶହରୁ ୬ ହଜାର ପରୀକ୍ଷା ହେଉଛି। କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୁତାଣୁ ଆକ୍ରାନ୍ତ କରିବ କି ନାହିଁ ସେ ନେଇ ଇମୁନୋଲୋଜି ଷ୍ଟଡି କରାଯାଇଛି। ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ତାର ମଧ୍ୟ ଷ୍ଟଡି ହେବ।


