ପୁରୀ ଜିଲ୍ଲା ପ୍ରଥମ ଦିଶା ବୈଠକ ଅନୁଷ୍ଠିତ

ପୁରୀ,(ୱାଏନଏସ):ପୁରୀ ଜିଲ୍ଲା ପ୍ରଥମ ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟି ବା ଦିଶା ବୈଠକ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଅଧ୍ୟକ୍ଷତା କରିବା ସହ ସମସ୍ତ ସରକାରୀ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ।ସାଧାରଣ ଲୋକ ମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବା ଆମର କର୍ତ୍ତବ୍ୟ।ତେଣୁ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରି ଲୋକ ମାନଙ୍କୁ ତାହାର ସୁଫଳ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଡିଏଫଓ ବିବେକ କୁମାର, ଅନ୍ୟ ବିଧାୟକ ମାନଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ। ୨୦୨୪-୨୫ ବର୍ଷ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ୩୫୬୮.୦୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ବେଳେ ୨୧୯୦.୫୧ ଲକ୍ଷ ଟଙ୍କା ବିନିଯୋଗ ହୋଇଛି।ଚଳିତ ବର୍ଷ ୮୩୨୩ ଗର୍ଭବତୀ ମାନ ଙ୍କୁ ଟିଟି,୪୭୧୬ ଶିଶୁ ଙ୍କୁ ବିସିଜି,୮୩୭୫ ଶିଶୁ ଙ୍କୁ ପେଣ୍ଟାଭାଲେଣ୍ଟ,୯୭୮୮ ଜଣ ଙ୍କୁ ମିଳି ମିଳା ରୁବେଲା,୮୩୭୨ ଜଣ ଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି।ସମସ୍ତ ୪୦୪୯ ପ୍ରସବ ଡାକ୍ତରଖାନାରେ କରାଯାଇଛି।ନିରାମୟ ଯୋଜନା ରେ ୧୪୭୧୪୨୮ ଜଣ ଙ୍କୁ ମାଗଣା ଔଷଧ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଜାତୀୟ ଗ୍ରାମ ପାନୀୟ ଜଳ କାର୍ଯ୍ୟକ୍ରମ,ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ,ମଧ୍ୟାହ୍ନ ଭୋଜନ,ସମଗ୍ର ଶିକ୍ଷା,ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ,ସ୍ୱଛ ଭାରତ ମିଶନ, ଡିଜିଟାଲ ଇଣ୍ଡିଆ,ଜାତୀୟ ଗ୍ରାମ୍ୟ ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ସ୍ୱଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଇତ୍ୟାଦି ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ସାଂସଦ ଡା ପାତ୍ର ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।ଏଥିରେ ଅନ୍ୟାନ୍ୟ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ